Movie prime

କୋଟି କୋଟି ଟଙ୍କା ମୂଲ୍ୟ ରେ ତିଆରି ହେଲା ଶଙ୍ଖ ଭବନ ! ଅକ୍ଷୟ ତୃତୀୟା ରେ ନବୀନ କଲେ ଉଦଘାଟନ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି। ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି
 ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ୱରର ୟୁନିଟ-୬ ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟକାୟ ଶଙ୍ଖ ପ୍ରତିମୂର୍ତ୍ତି ରହିଛି। 
ଆଜିର ଶୁଭ କାର୍ଯ୍ୟକ୍ରମରେ ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ନେତା, କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶଙ୍ଖ ଭବନକୁ ଉଦଘାଟନ କରିବା ଅବସରରେ ନବୀନ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଆ ଏଣିକି ଶୁଭ ଶଙ୍ଖର ସ୍ୱର ଶୁଣିବେ।
ପବିତ୍ର ଅକ୍ଷୟ ତୃତୀୟା ଦିବସରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଗତ ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। 
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହାନ୍ ଆଦର୍ଶରେ ବିଜେଡି ଜନ୍ମଲାଭ କରିଥିଲା। ଓଡ଼ିଶାର ବର୍ତ୍ତମାନ, ଅତୀତ ଓ
ଭବିଷ୍ୟତକୁ ଏକତ୍ର କରିବା ଦିଗରେ ଶଙ୍ଖ ଭବନ ପ୍ରତିଶ୍ରୁତିବଦ୍ଧ। ଏଥିସହିତ ରାଜ୍ୟବାସୀଙ୍କ ସୁରକ୍ଷା, ସ୍ୱାଭିମାନକୁ ଗୁରୁତ୍ୱ ଦେବା ସହ ସଂସ୍କୃତିର ବିକାଶ ଦିଗରେ ଶଙ୍ଖ ଭବନ ସମର୍ପିତ ହେବ। 
ସମସ୍ତ ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇ ତାହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନେଇ ପ୍ରୟାସ କରାଯିବ।
ସୂଚନା ଅନୁଯାୟୀ, ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ସାରଳା ଦାସ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ଫକିରମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ବରି ଓଡ଼ିଆ ବରପୁତ୍ରଙ୍କର କଳାକୃତୀ ଶୋଭା ପାଇବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.