Movie prime

ଆସିଲା ପ୍ରବଳ ଖରା ଦେଖନ୍ତୁ ଗରମରେ ଶିଝିବେ ଏହିସବୁ ଜିଲ୍ଲା - ଜାଣନ୍ତୁ କେଉଁ କେଉଁ ଜିଲ୍ଲା ରହିବେ ସାବଧାନ

 
Ty
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତିନି ଦିନ ପାଇଁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତିରେ ସିଜୁଛନ୍ତି ଲୋକେ। କେଉଁଠି ପୂର୍ବାହ୍ନ ବେଳକୁ ତାପମାତ୍ରା ୪୧ ଡିଗ୍ରି ଡେଇଁ ଯାଉଛି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଉଛି।
ଦିନ ତ ଦିନ, ଏବେ ରାତିରେ ମଧ୍ୟ ପାରଦ ଉପରମୁହାଁ ହେବାରେ ଲାଗିଛି। ଆଜି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରହିଥିବା ବେଳେ ମାଲକାନଗିରିରେ ୪୧.୬, ଟିଟିଲାଗଡ।  
Vv
ଏବଂ ବଲାଙ୍ଗୀରରେ ୪୧.୫, ଅନୁଗୁଳରେ ୪୧.୩, ଭବାନୀପାଟଣାରେ ୪୧, ଝାରସୁଗୁଡାରେ ୪୦.୮, ନୟାଗଡରେ ୪୦.୬, ସମ୍ବଲପୁର ଓ ତାଳଚେରରେ ୪୦.୪ ଡିଗ୍ରି ରେକର୍ଡ ହୋଇଛି। ପୁରୀ, ପାରାଦୀପ, ଗୋପାଳପୁର ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଉପରରେ ରହିଥିଲା।
ସ୍ବାଭାବିକଠାରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ତାହାକୁ ନଜରରେ ରଖି ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ। 
୫ ଓ ୬ ତାରିଖରେ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ଝାରସୁଗୁଡ଼ା, ଅନୁଗୁଳ, ନୟାଗଡ଼, ବାରିପଦା ଜିଲ୍ଲାରେ ଦିନରେ ତାପମାତ୍ରା ୪୨ରୁ ୪୩ ଡିଗ୍ରି ମଧ୍ୟରେ ରହିପାରେ।
Vh
ଉପକୂଳ ଓଡ଼ିଶାରେ ମଧ୍ୟ ଦିନ ସମୟର ପାରଦ ୪୦ ଡିଗ୍ରି ଟପିଯିବାର ସମ୍ଭାବନା ରହିଛି। ପରିସ୍ଥିତିକୁ ନଜରରେ ରଖି ଆସନ୍ତା ୩ଦିନ ପାଇଁ ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା।
ହାଲୁକା ପୋଷାକ ପରିଧାନ କରିବା। ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା। ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍‌, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.