Movie prime

କାହିଁକି କୋର୍ଟ ଦ୍ବାରସ୍ଥ ହେଲେ ଆରାଧ୍ୟା ବଚ୍ଚନ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ସତ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଅଦାଲତ ରେ ପହଞ୍ଚିଲେ ଜଣେ ୧୧ ବର୍ଷୀୟା ନାବାଳିକା।ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ମାନହାନି ମୋକଦ୍ଦମା ଦାୟର କରିଛନ୍ତି।ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ତାଙ୍କର ପୁଅ ଅଭିଷେକ ବଚ୍ଚନ ଙ୍କୁ ମଧ୍ୟ ଜାଣିଥିବେ।
ଅମିତାଭ ବଚ୍ଚନ ଙ୍କ ନାତୁଣୀ ତଥା ଅଭିନେତ୍ରୀ ଐଶ୍ୱରିୟା ରାୟ ବଚନ ଓ ଅଭିନେତା ଅଭିଷେକ ବଚନ ଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟ ରେ ଯାଇ ପହଞ୍ଚି ଥିଲେ।୧୧ ବର୍ଷୀୟା ନାବାଳିକା ଆରାଧ୍ୟା ଙ୍କ ପକ୍ଷରୁ କୋର୍ଟ ରେ ଏକ ପିଟିସନ ଦାଖଲ କରାଯାଇଛି।
ଯାହାକୁ ନେଇ ବର୍ତମାନ ଆଲୋଚନାର ବିଷୟ ପାଲଟିଛି।ତେବେ କଣ ପାଇଁ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟ ରେ ପହଞ୍ଚି ଛନ୍ତି ତାହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚନ ପରିବାର ଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ ରେ ଏକ ପିଟିସନ ଦାଖଲ କରାଯାଇଛି।ଏହି ଖବର ରେ ଐଶ୍ୱରିୟା ରାୟ ବଚନ ଓ
 ଅଭିନେତା ଅଭିଷେକ ବଚନ ଙ୍କ ଝିଅ ଆରାଧ୍ୟା ଙ୍କ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ବିଷୟରେ ଭୁଲ ତଥ୍ୟ ଦିଆ ଯାଇଥିଲା। ଯାହାକୁ ନେଇ ବଚନ ପରିବାର ପକ୍ଷରୁ ଅତ୍ୟଧିକ କ୍ରୋଧ ପ୍ରକାଶ କରାଯାଇଥିଲା।
ବଚନ ପରିବାର ପକ୍ଷରୁ ଆବେଦନ ରେ କୁହାଯାଇଛି ଯେ ଆରାଧ୍ୟା ବର୍ତମାନ ବହୁତ ଛୋଟ ଅଛନ୍ତି।ଏଭଳି ମିଥ୍ୟା ଖବର ପ୍ରସାର କରିବା ଦ୍ୱାରା ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଦିଲ୍ଲୀ ହାଇକୋର୍ଟ ରେ ଏହି ଆବେଦନ ଉପରେ ଶୁଣାଣି କରିବେ।ବର୍ତମାନ ସୁଦ୍ଧା ବଚନ ପରିବାର ଙ୍କ ପକ୍ଷରୁ ଏ ବିଷୟରେ କୌଣସି ବିବୃତି ଦିଆଯାଇ ନାହିଁ।
ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଅନେକ ଥର ସୋସିଆଲ ମିଡିଆରେ ଆରାଧ୍ୟା ଙ୍କୁ ଟ୍ରୋଲ କରାଯାଇଛି।ଯେଉଁଥି ପାଇଁ ବଚନ ପରିବାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।୨୦୦୭ ମସିହାରେ ଅଭିଷେକ ବଚନ ଏବଂ
 ଐଶ୍ୱରିୟା ରାୟ ବଚନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।୧୬ ନଭେମ୍ବର ୨୦୧୧ ରେ ଜନ୍ମ ହୋଇଥିବା ଆରାଧ୍ୟା ସ୍କୁଲ ରେ ପାଠ ପଢୁଛନ୍ତି।ଏବଂ ଚଳଚ୍ଚିତ୍ର ଇଭେଣ୍ଟ ରେ ତାଙ୍କ ବାପା ମା ଙ୍କ ସହିତ ପ୍ରାୟତଃ ନଜର ଆସିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.