Movie prime

୧୦ମ ପରୀକ୍ଷା ରେ ମହା ଦୁର୍ନୀତି! ଶିକ୍ଷକ ଦେଉଚି ଝିଅ ଙ୍କୁ କପି,ପ୍ରତିବାଦ କରିବାକୁ ପରୀକ୍ଷାର୍ଥୀ ଙ୍କୁ ଗେଟ୍ ବାହାରେ ବସେଇ ପରୀକ୍ଷା ରୁ କଲେ ବଞ୍ଚିତ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ।
କିଛି ସ୍ଥାନରେ କଡା ସୁରକ୍ଷା ଭିତରେ ବି ଚାଲିଛି ଖୁଲମଖୁଲା କପି। ତେବେ ଆପଣମାନେ ଭଲ ଭବରେ ଜାଣିଛନ୍ତି ପରୀକ୍ଷାର ମହତ୍ତ୍ୱ କେତେ। ତେବେ ପରୀକ୍ଷା ରେ ଭଲ ମାର୍କ ରଖିବା ପାଇଁ କିଛି ପିଲାମାନେ ଦିନ ରାତି ପାଠ ପଢିବାରେ ପରିଶ୍ରମ କରନ୍ତି। 
ଆଉ କିଛି ପିଲା ମଧ୍ୟ ପରିଶ୍ରମ କରନ୍ତି ହେଲେ ସେମାନେ କିପରି କପି ପରୀକ୍ଷା ଗୃହକୁ ନେବେ ସେଥିପାଇଁ ପରିଶ୍ରମ କରିଥାନ୍ତି। ବନ୍ଧୁଗଣ କପିକୁ ବିରୋଧ କରି ହଟହଟା ହେଲେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କୁ ଦିଆଗଲା ମା-ନ-ସି-କ ନି-ର୍ଯା-ତ-ନା।
ନ୍ୟାୟ ଦାବିରେ ପରୀକ୍ଷା ହଲ ବାହାରେ ଛାତ୍ର। ଛାତ୍ର ଜଣକଙ୍କ ପରିଚୟ ହେଉଛି ସିବୁ ଦାସ। ଆଉ ଆଜି ଥିଲା ସୋସିଆଲ ସାଇନ୍ସ ପରୀକ୍ଷା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ଗାନ୍ଧିଜୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ। 
ଆଉ ଇଏ ହେଉଛି ସେହି ବିଦ୍ୟାଳୟ ଯେଉଁ ବିଦ୍ୟାଳୟର ଶିକ୍ଷକଙ୍କ ନା'ରେ ଛାତ୍ର ଜଣକ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପରୀକ୍ଷା ହଲ ଭିତରେ ଶିକ୍ଷକ ଜଣକ ଅନ୍ୟ ପରୀକ୍ଷାର୍ଥୀଙ୍କୁ କପି ବାଣ୍ଟୁ ଥିଲେ।
ଏହାକୁ ବିରୋଧ କରି ପରୀକ୍ଷାର୍ଥୀ ଶିବୁ ଦାସ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଓଲଟା ଶିବୁ ଦାସଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିବା କଥା କହୁଛନ୍ତି ଶିବୁ। ଏମିତି କି ଶିବୁ ୩୦ ମାର୍କର ଉତ୍ତର ମଧ୍ୟ ଠିକ୍ ସେ ଦେଇପାରି ନାହାଁନ୍ତି। 
ପରୀକ୍ଷାର୍ଥୀଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଲେ ପ୍ରଧାନ ଶିକ୍ଷକ। ୩୦ ମାର୍କର ଉତ୍ତର ଦେଇପାରିଲେନି ଶିବୁ ଦାସ । ଏବେ ସେ ବିଦ୍ୟାଳୟ ଆଗରେ ବସି ମାଗୁଛନ୍ତି ନ୍ୟାୟ ।
ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ପରୀକ୍ଷାର୍ଥୀ ଶିବୁ ଦାସଙ୍କୁ ନ୍ୟାୟ। ଯାହାକି ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।