Movie prime

ବୋଉ ମୁଁ ବୋକି ଟା,ମୋର ପାଠ ହେଉନି, ମୁ ସବୁ ଦିନ ପାଇଁ ଏଇ ଦୁନିଆ ରୁ ଚାଲି ଯାଉଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଏହାକୁ ବିଶ୍ବାସ କରି ପାରିବେ ନାହିଁ।
ବର୍ତ୍ତମାନ ଏକ ଘଟଣା ଦେଖିବାକୁ ମିଳିଛି କି ଜଣେ ଯୁବତୀ ନିଜର ଜୀବନ ହାରି ଦେଇଛନ୍ତି। ସେ ହେଉଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ରୀ। ସେ ମଧ୍ୟ ଏବେ ଏବେ ମାଟ୍ରିକ ପରୀକ୍ଷା ଦେଇଥିଲେ। ହେଲେ ଏବେ ସେ ନିଜ ଜୀବନ ହାରୀ ଦେଇଛନ୍ତି।
ସେପଟେ ହସ୍ପିଟାଲ ବାରଣ୍ଡାରେ ମାଆ ଛାତି ପିଟିପିଟି କାନ୍ଦୁଛି। ଆଉ ଚିତ୍କାର କରି କହୁଛନ୍ତି କି "କାହିଁକି ଏମିତି କଲୁ ଲୋ ଝିଅ"। ସେ ତାଙ୍କ ଝିଅ ର କୌଣସି ଥିରେ ଊଣା କରିନାହାଁନ୍ତି ବୋଲି ବାରଣ ମଧ୍ୟ କରୁଛନ୍ତି।
କାହିଁକି ତାଙ୍କ ଝିଅକୁ ତାଙ୍କୁ ଅଧା ବାଟରେ ଛାଡି ଚାଲି ଯାଇଛି ସେ କଥା ମଧ୍ୟ ସେ ଜାଣି ପାରୁ ନାହାଁନ୍ତି। କାରଣ ସେ କେବେ ହେଲେ ମଧ୍ୟ ଭାବି ନଥିଲେ କି ତାଙ୍କ ଝିଅ ଏଭଳି ଏକ ପଦକ୍ଷେପ ନେବେ ବୋଲି।
ସେହି ଅସହାୟ ମାଆ ର କାନ୍ଦ କୁ ଦେଖିଲେ ଆପଣ ମଧ୍ଯ ଆପଣଙ୍କ କୋହକୁ ସମ୍ଭାଳି ରଖି ପାରିବେ ନାହିଁ। ସବୁ ଦିନ ପାଇଁ ମଧ୍ଯ ତାଙ୍କ ଝିଅ କୁ ହରାଇ ଦେଇଛି ଏହି ମାଆ ଜଣକ।
ଯେତେ କାନ୍ଦିଲେ ବି ସୁଖୁନି ଆଖିରୁ ଆଉ ସେହି ଲୁହ। ଘର ଭିତରେ ନିଜ ଓଢ଼ନି ର ଫାସ ଲଗାଇ ଝୁଲି ପଡିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ । ଏହା ହେଉଛି ଯାଜପୁର ଟାଉନ ଥାନା ବରହଟା ପାଲ ସାହି ଗ୍ରାମର ଘଟଣା।
ଯାଜପୁର ମୁନସୀ ପାଲଟି ହାଇ ସ୍କୁଲ ରେ ମାଟ୍ରିକ ପରୀକ୍ଷା ଦେଉଥିଲେ ରଶ୍ମୀବାଳା ପହିଲି। ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର ଇଂରାଜୀ ପରୀକ୍ଷା ଖରାପ୍ ହୋଇଥିଲା।
ଆଉ ସେଥିପାଇଁ ମଧ୍ଯ ଯୁବତୀ ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଯୁବତୀ ଜଣକ ଙ୍କ ପରିବାର ଲୋକ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ପରେ ହିଁ ଜଣା ପଡିବ କି ଯୁବତୀ ଜଣକ ଏଭଳି ପଦକ୍ଷେପ ପଛରେ ମୁଖ୍ୟ କାରଣ କଣ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.