Movie prime

ମାଗିଲେ ୫୦ ଲକ୍ଷ୍ୟ, ପୋଲିସ ସୁରାକ ପାଇଲା ବୋଲି ପୁଅ କୁ ଜାଳି ଦେଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ଯାହାକି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରି ଦେଇଛି। ଆଜ୍ଞା ହଁ ମାତ୍ର ୧୫ ବର୍ଷ ର ଏକ ବାଳକ ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ନିର୍ମମ ଭାବରେ ହ-ତ୍ୟା କରାଯାଇଛି।
ଯେଉଁ ପୁଅ କୁ ନେଇ ବାପା ମାଆ ଅନେକ ସ୍ବପ୍ନ ଦେଖି ଥିଲେ ସେହି ପୁଅ ର ଏଭଳି ଅବସ୍ଥାକୁ ଦେଖି ପାରୁ ନାହାଁନ୍ତି ବାପା ମାଆ। କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ସଂପୂର୍ଣ୍ଣ ଡାକ୍ତରଖାନା।
ଏହି ଯୁବକ ଜଣକ ହେଉଛନ୍ତି ଝାରସୁଗୁଡ଼ା ସର୍ବହାଲ ର ସୁନିତ୍ ଅଗ୍ରୱାଲ ଙ୍କ ପୁଅ ସମର୍ଥ ଅଗ୍ରୱାଲ। ତାଙ୍କୁ ବିବତ୍ସ ଭାବରେ ହ-ତ୍ୟା କରାଯିବା ପରେ ତାଙ୍କର ସମଗ୍ର ଶରୀରକୁ ଜାଳି ଦିଆ ଯାଇଛି। ଯାହାକୁ ଆପଣ ଦେଖି ମଧ୍ଯ ପାରିବେ ନାହିଁ।
୨୭ ତାରିଖରେ ଅପହରଣ କରିଥିବା ଦୁର୍ବୃତ୍ତ ସମର୍ଥ ଙ୍କୁ ମାରି ଦେଇଛନ୍ତି। ସେହି ଦୁର୍ବୃତ୍ତ ମାନଙ୍କ ନାମ ହେଇଛି ଅମିତ୍ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲ। ଅମିତ୍ ଝାରସୁଗୁଡ଼ା ର ବିଜୁ ନଗର ଅଞ୍ଚଳର ହୋଇ ଥିବା ବେଳେ,
ଦିନେଶ ହେଉଛନ୍ତି ବ୍ରଜରାଜ ନଗରର। ପୋଲିସ ମଧ୍ଯ ବର୍ତ୍ତମାନ୍ ଶୁଦ୍ଧା ଏହି ଦୁଇଜଣ ଙ୍କୁ ହିଁ ଗିରଫ କରିଛି। ମାର୍ଚ୍ଚ ୨୭ ତାରିଖ ଅପରାହ୍ନ ୪ଟା ସମୟରେ ସମର୍ଥ ଅଗ୍ରୱାଲ ତାଙ୍କ ଘରୁ ଏକ ସ୍କୁଟର ଧରି କ୍ରିକେଟ ଖେଳିବା ପାଇଁ ଯାଇଥିଲେ।
ଠିକ ଏହି ସମୟରେ ଘର ଠାରୁ କିଛି ଦୂରକୁ ଯିବା ପରେ ପୂର୍ବରୁ ପରିଚିତ ଥିବା ଅମିତ୍ ଶର୍ମା ତାଙ୍କୁ ପାଖକୁ ଡାକିବା ସହ ସ୍କୁଟର ପଛରେ ମଧ୍ଯ ବସିଥିଲେ। ଉଭୟ କିଛି ଦୂରକୁ ଯିବା ପରେ ଦିନେଶ ଅଗ୍ରୱାଲ ଙ୍କ ସହ ଦେଖା ହୋଇଥିଲା।
ଏହାପରେ ଦୁହେଁ ସମର୍ଥ ଙ୍କୁ ଅପହରଣ କରିବା ସହ ସମର୍ଥ ଙ୍କ ବାପା ଙ୍କୁ ୫୦ ଲକ୍ଷ ଟଙ୍କା ଦାବୀ ମଧ୍ୟ କରିଥିଲେ। ନଚେତ୍ ସେ ତାଙ୍କ ପୁଅ କୁ ହ-ତ୍ୟା କରିବାକୁ ଧମକ ମଧ୍ଯ ଦେଇଥିଲେ।
ଏହି ସମ୍ପର୍କ ରେ ସମର୍ଥ ଙ୍କ ବାପା ଝାରସୁଗୁଡ଼ା ପୋଲିସ କୁ ଜଣାଇବା ପରେ ଏହାପରେ ପୋଲିସ ମଧ୍ୟ ଫୋନ୍ କୁ ଟ୍ରାପ୍ କରି ଦୁଇ ଅଭିଯୁକ୍ତ ଙ୍କୁ ଧରିଥିଲା। ଏହାପରେ ସେମାନଙ୍କ ସୁଚନା ମୁତାବକ ନଈ ପଠାରୁ ସମର୍ଥ ଙ୍କ ମୃ-ତ ଦେହ ଜବତ କରାଯାଇ ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.