Movie prime

ପ୍ରେମିକ କୁ ପାଇବାକୁ ନିଜ ବାପା ମା ଙ୍କ ସହ... ଏମିତି କରି କରି ମାରିଦେଲା ଝିଅ ଆଉ କଲା ହନୀମୁନ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମ ଆଗରେ ତୁଚ୍ଛ ପଡିଗଲେ ବାପା ଆଉ ମାଆ। କାମ କରିବାକୁ ଯାଇଥିଲା ଝିଅ ହେଲେ ଆଉ ସେ ଘରକୁ ଫେରି ନଥିଲା। ପିଲାଟି ଦିନରୁ ବାପା ମାଆ ପିଲା ମାନଙ୍କୁ ବହୁତ କଷ୍ଟରେ ବଡ଼ କରିଥାଆନ୍ତି।
Special report
ହେଲେ ବଡ଼ ହେଲେ ସେହି ପିଲା ମାନେ ନିଜର ଅଢେଇ ଦିନିଆ ପ୍ରେମକୁ ପାଇ ସବୁକିଛି ଭୁଲି ଯାଇଥାନ୍ତି। କିଛି ମାସ ପୂର୍ବରୁ ଝିଅ ଘରୁ ବାହାରି କାମ କରିବା ପାଇଁ ଯାଇଥିଲା।
ସେଠାରେ ରହି କାମ ଉପରେ କିଛିଦିନ ପାଇଁ ଟ୍ରେନିଂ ନେଇଥିଲା। ଟ୍ରେନିଂ ସରିବା ପରେ ସେ ତାମିଲନାଡୁ ରେ କାମ କରିବାକୁ ଲାଗିଥିଲା। ଏହାପରେ କିଛିଦିନ ତାମିଲନାଡୁ ରେ ଏକ ଘରୋଇ ଫ୍ୟାକ୍ଟ୍ରି ରେ କାମ କରୁଥିଲା।
ଆଉ ସେଠାରେ ହିଁ ହୋଇ ଯାଇଥିଲା ପ୍ରେମର ଆରମ୍ଭ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା , ବିଶୋଇ ବ୍ଲକ୍ ଅଞ୍ଚଳରେ। ଝିଅକୁ ବାପା ମାଆ ଭରଷା ସହ କାମ କରିବାକୁ ଛାଡିଥିଲେ।
Special report
ହେଲେ ଝିଅ ଆଉ ଘରକୁ ଫେରିବାର ନାଁ ନେଉ ନାହିଁ। ଝିଅ ତାର ପ୍ରେମିକ ହାତ ଧରି ନେପାଳ ଚାଲି ଯାଇଥିଲା। ସେଠାକୁ ଯାଇ ସେ ଖୁସୀରେ ରହିଥିଲା।
ହେଲେ ଝିଅ କୁଆଡେ଼ ଗଲା କୋଉଠି ରହିଲା ଏସବୁ ସମ୍ପର୍କରେ ବାପା ମାଆ କିଛି ଜାଣି ପାରିଲେ ନାହିଁ। ଏହାପରେ ମାଆ ବିଶୋଇ ଥାନାରେ ଦ୍ବାରସ୍ଥ ହୋଇଥିଲେ। ଏହାପରେ ଝିଅକୁ ବିବାହ କରିଥିବା ପୁଅ ତାମିଲନାଡୁ ରୁ ଓ ଝିଅକୁ ନେପାଳ ରୁ ଉଦ୍ଧାର କରିଥିଲା ପୋଲିସ।
ଏହାପରେ ଝିଅ ଆସିବା ଖବର ଶୁଣି ମାଆ ଖୁସୀରେ ଥାନାକୁ ଧାଇଁ ଆସିଥିଲେ କହିଥିଲେ କି ଥରେ ବାପାକୁ ଦେଖି ଯିବା ପାଇଁ। କାରଣ ତାଙ୍କ ବାପା ଦେହ ଅସୁସ୍ଥ ଥିଲା ହେଲେ ଝିଅ ସିଧା ସିଧା ବାରଣ କରି ଦେଇଥିଲା।
କହି ଦେଇଥିଲା କି ସେ କେବଳ ତାର ସ୍ଵାମୀ ସହ ତାଙ୍କ ଘରକୁ ଯିବ ବୋଲି। ଏହିଭଳି ଭାବରେ କଥା କହି ମାଆ କୁ ସେଠାରୁ ସେ ଘଉଡାଇ ଦେଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.