Movie prime

ଦିପାଳି କହିଲେ ଏଥର ମୋର ବଳ, ବିଜୁ ଜନତା ଦଳ, ମୁଁ ଝାରସୁଗୁଡ଼ା ରେ ନିଶ୍ଚୟ ଜିତିବି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି।
ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। 
ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ। ବର୍ତମାନ ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ
ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ତେବେ ବନ୍ଧୁଗଣ ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳର ପ୍ରଥମ ବୈଠକ ବସିଥିଲା। ସେହି ବୈଠକରେ ବରିଷ୍ଠ ନେତାମାନେ ଆସିଥିଲେ। 
ଏହାସହିତ ଦଳର ସାଂଗଠନିକ ସମ୍ପାଦକ ପ୍ରମାଣ ପ୍ରକାଶ ଦାସ ଆସିଥିଲେ। ତେବେ ବନ୍ଧୁଗଣ ଏହି ବୈଠକରେ ସମସ୍ତ ବିଜୁ ଜନତା ଦଳର ସହଯୋଗୀ ମଧ୍ୟ ଆସିଥିଲେ। ତେବେ ବନ୍ଧୁଗଣ ଦିପାଳି ଦାସ ଗଣମାଧ୍ୟମ ଆଗରେ କହୁଛନ୍ତି, ତାଙ୍କ ପାଇଁ ଏହା ଏକ ପ୍ରଥମ ବୈଠକ ଥିଲା।
ଯେଉଁଥିରେ ସେମାନେ ସମସ୍ତେ ମିଶି ଆଲୋଚନା କରିଲେ ଯେ, ଆଗକୁ କେଉଁଭଳି କିଛି କରିବେ। ଆଉ ଦିପାଳିଙ୍କ ଆଶା ରହିଛି ଯେ, ଆସନ୍ତା ଉପନିର୍ବାଚରେ ବହୁତ୍ ବଢିଆ ବିଜୁ ଜନତା ଦଳ ରେଜଲ୍ଟ କରିବ ବୋଲି। 
ଏବଂ ଦିପାଳି କହିଛନ୍ତି ତାଙ୍କ ବାପା ସ୍ବର୍ଗତ ନବ କିଶୋର ଦାସ ସେ ମଧ୍ୟ ଅନେକ ଭୋଟ ଜିତି ଆସିଛନ୍ତି। ଆଉ ପଦ୍ମପୁରରେ ମଧ୍ୟ ଏବଂ ବ୍ରଜରାଜ ନଗରରେ ମଧ୍ୟ ସେମାନେ ବିପୁଳ ଭୋଟରେ ଜିତିଛନ୍ତି। ତାହାର କାରଣ ଦିପାଳି କହିଛନ୍ତି ଯେ,
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାମ ଆଉ ତାଙ୍କ ଚିନ୍ତାଧାରା ଏବଂ ଯେଉଁ ପ୍ରକାର ଭାବେ ମୁଖ୍ୟମନ୍ତ୍ରୀ ମାଆ ମାନଙ୍କ ପାଇଁ କାମ କରିଆସିଛନ୍ତି। ଆଉ ଦିପାଳିଙ୍କ ଆଶା ରହିଛି ଯେ ବହୁତ୍ ଭୋଟରେ ସେମାନେ ଜିତିବେ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.