Movie prime

ଝାରସୁଗୁଡା ବାସୀ, ତମର ଏଇ ଭଲ ପାଇବା ଦେଖି ଲାଗୁଚି ତମେ ସବୁ ଦିପାଳୀ କୁ ମୁଖ୍ୟମନ୍ତ୍ରୀ ବି କରିଦେବ, ଧନ୍ୟ ରେ ତମେ ସବୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରିବାର ଝାରସୁଗୁଡ଼ା ନିର୍ବାଚନ ପାଇଁ ତିନି ଫାଳ। ଦୁଇଝିଅ ସୁନୀତା ଏବଂ ନମିତା ଏବେ ପରସ୍ପରର ରାଜନୈତିକ ବିରୋଧୀ।
କଂଗ୍ରେସ ନେତ୍ରୀ ଅମିତା ବିଶ୍ଵାଳ ତରୁଣ ପାଣ୍ଡେଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି। ତରୁଣ ଦାଦାଙ୍କ ବାପା ଏହି ଅଞ୍ଚଳରେ ଅନେକ କାମ କରିଛନ୍ତି। ତେଣୁ ତାଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି ଅମିତା। 
ଗତ ସାଧାରଣ ନିର୍ବାଚନରେ ଅମିତା ସୁନ୍ଦରଗଡରୁ କଂଗ୍ରେସ ଟିକେଟରେ ବିଧାୟକ ହେବା ପାଇଁ ପ୍ରତିଦ୍ୱନ୍ଦିତା କରି କୁସୁମ ଟେଡେଣ୍ଟ ଙ୍କ ଠାରୁ ପରାସ୍ତ ହୋଇଥିଲେ।
ସେହିପରି ତାଙ୍କ ବଡ଼ ଭଉଣୀ ସୁନିତା ବିଶ୍ଵାଳ ବିଜେଡିରୁ ଏମପି ଟିକେଟ ପାଇ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ଅମିତା କଂଗ୍ରେସ ନେତାଙ୍କ ପାଇଁ ଜୋରଦାର କ୍ୟାପଟେନ କରୁଥିବା ବେଳେ ବିଜେଡ଼ି ପାର୍ଥି ଦିପାଳୀଙ୍କ ପାଇଁ ସୁନିତା ପ୍ରଚାର କରୁଛନ୍ତି। 
Special report
ପୂର୍ବରୁ ନଇକେରା ଆଦିବାସୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଥିବା ବେଳେ ଏଠାରୁ ଛଅଥର କଂଗ୍ରେସରୁ ବିଧାୟକ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ଏହି ଅଞ୍ଚଳକୁ ପୂର୍ବରୁ କଂଗ୍ରେସର ଗଡ କୁହାଯାଉଥିଲା।
ହେଲେ ସୀମା ପୂର୍ଣ୍ଣନିର୍ଦ୍ଧାରଣ ହେବା ପରେ ନଇକେରା ଚାଲିଗଲା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ। ନଇକେରା, କିରିମିରା, ଏବଂ କୋଲାମିରା ଅଞ୍ଚଳରେ ହେମାନନ୍ଦ ବିଶ୍ଵାଳଙ୍କର ବେଶ୍ ପରିଚୟ ରହିଛି। ହେଲେ ସେପଟେ ହେମାନନ୍ଦ ଭାଇ ବିହାରି ବିଶ୍ଵାଳ ଅଛନ୍ତି ବିଜେପିରେ। 
ବିହାରି କହିଛନ୍ତି ତାଙ୍କ ଦୁଇ ଝିଆରୀ ସୁନ୍ଦରଗଡ଼ରେ ରୁହନ୍ତି। ସ୍ଥାନୀୟ ଅଞ୍ଚଳରେ ହେମାନନ୍ଦଙ୍କ ଭାଇ ହିସାବରେ ବେଶ୍ ପରିଚିତ ଅଟନ୍ତି। ଝାରସୁଗୁଡ଼ା ନିର୍ବାଚନରେ ଜାତି ଭୋଟର କେଉଁଠୀ ନା କେଉଁଠୀ ଏକ ବଡ଼ ଭୂମିକା ରହିଛି।
ହେମାନନ୍ଦ ବିଶ୍ବାଳ ଭୂଇଁଆ ସମାଜର କିରିମିରା, କୋଲାମିରା ଏବଂ ନଇକେରା ଅଞ୍ଚଳରେ ଭୂଇଁଆ ସମାଜର ଅନେକ ଲୋକ ରୁହନ୍ତି। ଏଥିପାଇଁ ସବୁ ଦଳ ଏହି ପରିବାର ମାଧ୍ୟମରେ ଭୋଟ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.