ଦିପାଳୀ କହିଲେ କି ମୋତେ ନବୀନ ବାବୁ ଙ୍କ ଆଶୀର୍ବାଦ ଅଛି, ମୁଁ ନିର୍ବାଚନ ହାରିବିନି...
May 9, 2023, 11:21 IST

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ଜୋର ଧରିଛି ପ୍ରଚାର। ଏହି ପରିପ୍ରେକ୍ଷୀରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରି
ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଝାରସୁଗୁଡ଼ା ଆମଲିପାଲିସ୍ଥିତ ପଡ଼ିଆରେ ହୋଇଥିବା ସଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଦୀପାଳିଙ୍କ ପାଇଁ ପ୍ରଚାର କରିଥିଲେ।

ରବିବାର ଦିନ ଅପରାହ୍ଣ ୪ଟା ବେଳେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସେଠାରୁ ସଭାସ୍ଥଳକୁ ଯାଇଥିଲେ। ସେଠାର ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ସମର୍ଥନ ଦେବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ।
ଏହାଛଡ଼ା ଏହି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। “ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ।
ସେ ଜଣେ ଭଲ ଜନ ପ୍ରତିନିଧି ଭାବେ ନିଜ କ୍ଷେତ୍ରର ଉନ୍ନତି ପାଇଁ କାମ କରିବେ। ଏଥିପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ଆଶା।

ସ୍ୱର୍ଗତ ନବ କିଶୋର ଦାସ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା। ସେ ଆଜି ଆମ ଗହଣରେ ନାହାନ୍ତି। ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ।
ଏବେ ତାଙ୍କ ସ୍ଥାନରେ ଲୋକଙ୍କ ସେବା କରିବା ପାଇଁ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି”, କହିଥିଲେ ନବୀନ ପଟ୍ଟନାୟକ। ତେବେ ବନ୍ଧୁଗଣ ବର୍ତ୍ତମାନ ଦୀପାଳି ଦାସ ମୁନ୍ସିପାଲଟିରେ ଡୋର ଟୁ ଡୋର ପ୍ରଚାର କରୁଛନ୍ତି।
ଦୀପାଳି ଦାସଙ୍କ ଆଶା ଅଛି ଯେ, ଆଗାମୀ ଦିନରେ ସେମାନେ ବିଜୟୀ ହେବେ। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଜିତିବାର ଆଶା ଡବଲ ହେଇଯାଇଛି ବୋଲି ଦୀପାଳି ଦାସ କହିଛନ୍ତି।