Movie prime

ସେ ଝିଅ ପାଇଁ ମୋ ପୁଅ ମଲା ହେଲେ ଏବେ ମୁଁ କେମିତି ମୋ ପୁଅ ବିନା ବଞ୍ଚିବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଡିଜେ ଆଜେକ୍ସ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ଦିନ ଥିଲା ସେ ସମସ୍ତଙ୍କୁ ଝୁମଉ ଥିଲେ ହେଲେ ଆଜି ସେ ଆଉ ନାହାଁନ୍ତି।
ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ସେ ବେଡସିଟ୍ ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି। ହେଲେ ଏକଥାକୁ ଏତେ ସହଜରେ ମଧ୍ୟ କେହି ଗ୍ରହଣ କରି ପାରୁ ନାହାଁନ୍ତି। କାରଣ ସେ ସେଭଳି ଦୁର୍ବଳ ପିଲା ନଥିଲେ ଯେକି ଅତି ସହଜରେ ଆ-ତ୍ମ-ହ-ତ୍ୟା କରିଦେବେ।
ତାଙ୍କ ସାଙ୍ଗ ସାଥୀ ଓ ପରିବାର ବର୍ଗ ମଧ୍ଯ ଏହା କହିଛନ୍ତି କି ସେ ତାଙ୍କ ବାନ୍ଧବୀ ଜିଜ୍ଞାସା ଙ୍କ ପାଇଁ ଏଭଳି କରିଛନ୍ତି। କାରଣ ଜିଜ୍ଞାସା ଡିଜେ ଆଜେକ୍ସ ଭଲ ପାଉଥିଲେ ଶୁଦ୍ଧା , ଜିଜ୍ଞାସା ଙ୍କ ତାଙ୍କର ପୁରୁଷ ବନ୍ଧୁ ଙ୍କ ସହ ସମ୍ପର୍କ ଥିଲା।
ସେ ଅଧିକ ସମୟ ମଧ୍ୟ ରଶ୍ମୀ ରଞ୍ଜନ ଙ୍କ ସହ ବିତାଉ ଥିଲେ। ସେ ଅତ୍ୟଧିକ ମାନସିକ ଚାପ ରେ ମଧ୍ୟ ଥିଲେ। ତେବେ ଏହାର ପ୍ରକୃତ କାରଣ କଣ କେହି ଜାଣି ପାରି ନାହାଁନ୍ତି। ଆମେ ଏବେ ଆପଣଙ୍କୁ ତାଙ୍କ ମାଆ ଙ୍କ ସହ ହୋଇଥିବା ସାକ୍ଷାତକାର ଦେଖାଇବାକୁ ଯାଉଛୁ।
ତାଙ୍କ ମାଆ କହିଛନ୍ତି କି ସେ ଜିଜ୍ଞାସା ସହ ବାଲିଯାତ୍ରାରେ ହିଁ ଦେଖା ହୋଇଥିଲେ। ସେ କହିଛନ୍ତି କି ଗତ ମାସେ ହେବ ତାଙ୍କ ପୁଅ ତାଙ୍କ ସହ ଭଲ ଭାବରେ କଥା ହେଉ ନଥିଲେ। କେବଳ ଶୋ କରି ଆସୁଥିଲେ ଓ ସେଠାରୁ ଆସିବା ପରେ ଘରେ ମଧ୍ୟ ଆସି ସୋଇ ପଡୁଥିଲେ।
ଏହାର କାରଣ ପଚାରିବାରୁ ସେ ତାଙ୍କ ମାଆ ଙ୍କୁ କହିଲେ କି ତାଙ୍କୁ କିଛି ଭଲ ଲାଗୁ ନାହିଁ ବୋଲି। ତାଙ୍କ ମାଆ ମଧ୍ୟ ଅନେକ କଥା ଶୁଣିବାକୁ ପାଇଥିଲେ। ସେ ଶୁଣିବାକୁ ପାଇଥିଲେ କି ଜିଜ୍ଞାସା ତାଙ୍କୁ ମାଡ଼ ମାରିଛନ୍ତି।
ତାଙ୍କ ମାଆ ଏହା ମଧ୍ଯ କହିଛନ୍ତି କି ଡିଜେ ଆଜେକ୍ସ ଙ୍କ ସାଙ୍ଗ ମାନେ ଏସବୁ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣିଛନ୍ତି। କାରଣ ସେ ତାଙ୍କ ସାଙ୍ଗ ମାନଙ୍କ ସହ ଅଧିକ ମିଶିଥାନ୍ତି।
ଆଉ ସାଙ୍ଗ ମାନେ ମଧ୍ୟ ଏକଥା କହୁଛନ୍ତି କି ତାଙ୍କ ବାନ୍ଧବୀ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ତାଙ୍କ ମାଆ ମଧ୍ୟ ତାଙ୍କ ବାନ୍ଧବୀ ଙ୍କୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାରେ ପ୍ରକୃତରେ କିଏ ଦାୟୀ ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.