Movie prime

ମଜାକ ଭାବୁଛ ନା କଣ... ମୋ ଦୁଇ ପୁଅ ହୀରା.. ଦୁଇଜଣ ଯାକ ଜିତିବେ ଏଇ ଥର ନିର୍ବାଚନ

 
 Bhh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ପରିବାର କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।ସେ ନିଜେ କଂଗ୍ରେସ ଦଳ ପକ୍ଷରୁ ଅନେକ ବର୍ଷ ଧରି ନିର୍ବାଚନ ଲଢି ବିଜୟ ହାସଲ କରି ଥିଲେ।ହେଲେ ତାଙ୍କ ସାନ ପୁଅ ତାଙ୍କ କଥା ନ ମାନି ବିଜେଡି ଦଳ ରେ ଯୋଗ ଦେଇ ଥିଲେ।
ଏହା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନ ର ପ୍ରାର୍ଥୀ ରୂପେ ଘୋଷଣା କରି ଥିଲେ।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଥିରେ ବାପା ସୁର ରାଉତରାୟ ମଧ୍ୟ ତାଙ୍କୁ ସମର୍ଥନ କରୁ ଥିବାରୁ ଦେଖା ଯାଇ ଥିଲା।
J
ଗତ କାଲି ସେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖି ଥିଲେ।ସୁର ରାଉତରାୟ କହି ଥିଲେ କି ମୋର ଦୁଇଟି ପୁଅ ବଡ ପୁଅ ସିଦ୍ଧାର୍ଥ ରାଉତରାୟ।ଯିଏ କି ଆମେରିକା ର ଗୋଟିଏ କମ୍ପାନୀ ରେ ନିର୍ଦ୍ଦେଶକ ରୂପେ କାମ କରୁଛି।୧୩ ଟି ବିଶ୍ଵର ସବୁଠାରୁ ବଡ ପାହାଡ ଚଢ଼ିଚି।
ସେଠାରେ ଜଗନ୍ନାଥ ପତାକା କୁ ଉଡାଇଚି।ସେଠାରେ ପହଁରିକି ଦୌଡ଼ିକି ଆଇରନ ମ୍ୟାନ ର ଉପାଧି ପାଇଛି।ଗୋଟିଏ ବାପ ପାଇଁ ଏହାଠାରୁ ଅଧିକ ଗର୍ବ ର କଥା କିଛି ନାହିଁ।ସେ ଯଦି କେଉଁ ଦଳ ରୁ ନିର୍ବାଚନ ଲଢ଼ୁଛି ତେବେ ମୁଁ ନିଶ୍ଚିତ ତାକୁ ସମର୍ଥନ କରିବା ପାଇଁ ଯିବି।
ମୋର ସାନ ପୁଅ ହେଉଚି ମନ୍ମଥ ରାଉତରାୟ।ସେ ମଧ୍ୟ କୌଣସି ଗୁଣ ରେ କମ୍ ନୁହଁ।ସେ ଜଳ ବିଭାଗ ରେ କାମ କରେ।କ୍ୟାପଟେନ ରୂପେ ଜଣା ଶୁଣା।ଏବେ ସେ ଏଠାକୁ ଆସି ଲୋକ ମାନଙ୍କ ସେବା କରିବାକୁ ଚାହୁଁଛି।ସେଥିପାଇଁ ସେ ବିଜେଡି ଦଳ ରେ ଯୋଗ ଦେଇଛି।
Gh
ମୁଁ ତାର ପ୍ରଚାର କରିବା ପାଇଁ ଯାଇ ଥିଲି।ସମସ୍ତେ ପଚାରୁଛନ୍ତି ମୁଁ କାହାକୁ ଭୋଟ ଦେବି। ଥରେ ଆପଣ ମାନେ ଭାବନ୍ତୁ ସେ ହେଉଚି ମୋ ପୁଅ।ମୁଁ ତାକୁ ନିଶ୍ଚିତ ରୂପେ ଭୋଟ ଦେବି।ଗୋଟେ ବାପ ହିସାବ ରେ ସବୁବେଳେ ତା ପଛରେ ମୁଁ ରହିବି ବୋଲି ସୁର ରାଉତରାୟ କହିଛନ୍ତି।
ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଯିଏ ଦିନେ କଂଗ୍ରେସ ର ଜଣେ ସଚ୍ଚୋଟ ନେତା ଥିଲେ।ସିଏ କିଭଳି ରୂପେ ବିଜେଡି ଦଳ କୁ ଏତେ ସମର୍ଥନ କରୁଛନ୍ତି ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଚି।
ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି।ଏଥିରେ କେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରୁଚି ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.