Movie prime

କେବେ ଦ୍ଵିତୀୟ ବିବାହ ହେବେ କଥା ଶୁଣି ଚମକି ପଡ଼ିଲେ ଅନୁଭବ: ଆରେ ମୁ କଣ ବାହା ହୋଇଥିଲି କି ଆଗରୁ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଏହି ଛାଡ଼ପତ୍ର କୁ ନେଇ ବିବାଦ ଚାଲି ଆସିଥିଲା।
Special Report
ଆଉ ଏବେ ଏହି ବିବାଦ ଥମିବାର ନାଁ ହିଁ ନେଉ ନଥିଲା। ଅନୁଭବ ଛାଡ଼ପତ୍ର ଦେବାକୁ ଚାହୁଁ ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ଏଭଳି ଆଦୌ ଚାହୁଁ ନଥିଲେ।
ଫ୍ୟାମିଲ କୋର୍ଟ ତାଙ୍କର ଛାଡ଼ପତ୍ର ଆବେଦନ କୁ ଖାରଜ କରି ଦେଇଥିଲା ଯାହା ଫଳରେ କି ଏହି ନିଷ୍ପତ୍ତି ବର୍ଷା ଙ୍କ ସପକ୍ଷରେ ଆସିଥିଲା। ହେଲେ ଏହାପରେ ଅନୁଭବ ମହାନ୍ତି ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ।
ଏହାପରେ ହାଇକୋର୍ଟ ଦୁହିଁଙ୍କ ଛାଡ଼ପତ୍ର କୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ଦୁହିଁଙ୍କ ସମ୍ପର୍କରେ ଏବେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଏହାକୁ ନେଇ ଅନୁଭବ ବେଶ ଖୁସୀ ଅଛନ୍ତି।
Special Report
ଏହାରି ମଧ୍ୟରେ ତାଙ୍କର ପ୍ରତିକ୍ରିୟା ମଧ୍ୟ ଆସିଛି। ସେ କହିଥିଲେ କି ସେ ଖୁବ୍ ଖୁସି ଅଛନ୍ତି ଏବଂ ଏବେ ସେ ସବୁ କାର୍ଯ୍ୟରେ ବେଶ ଶାନ୍ତିରେ ମନ ଲଗାଇ କରି ପାରିବେ। ତାଙ୍କୁ ଏବେ ଖୁବ ହାଲୁକା ହାଲୁକା ମଧ୍ୟ ଲାଗୁଛି।
ଯେତେବେଳେ ତାଙ୍କୁ ଦ୍ଵିତୀୟ ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ଅନୁଭବ ମହାନ୍ତି କହିଥିଲେ କି ତାଙ୍କର ପ୍ରଥମ ବିବାହ ହିଁ ହୋଇ ନାହିଁ। ଦ୍ଵିତୀୟ ବିବାହ କଣ ହେବ।
ସେ କହିଥିଲେ କି ବର୍ତ୍ତମାନ୍ ସମୟରେ ତାଙ୍କର ବାପାଙ୍କ ଦେହ ଭଲ ନାହିଁ ଆଉ ଗୋଟେ ପୁଅ ହିସାବରେ ବାପାଙ୍କ ପାଇଁ ତାଙ୍କର ଯାହା କର୍ତ୍ତବ୍ୟ ତାହା ସେ କରିବାକୁ ଯାଉଛନ୍ତି।
ସେଟା ସେ ଆଗ କରିବେ କାରଣ ସେହି କର୍ତ୍ତବ୍ୟ ହେଉଛି ତାଙ୍କର ସର୍ବ ପ୍ରଥମ କର୍ତ୍ତବ୍ୟ ବୋଲି ଏଭଳି କିଛି ମତ ଦେଇଥିଲେ। ଏବେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।