Movie prime

ଏହି ନ୍ୟାୟ ସଂହିତା ଲାଗୁ ହେଲେ ମୁକୁଳିବେ ୮୨ ହଜାର ଡ୍ରାଇଭର କଏଦୀ ଜାଣନ୍ତୁ କଣ ଏହି ନ୍ୟାୟ ସଂହିତା ଲାଗୁ ହେଲେ ମିଳିବ କେଉଁ କେଉଁ ଲାଭ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଏଭଳି ସବୁ ଖବର ଆସୁଛି ଯାହା ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଖବର ଆସିଛି ନିୟମକୁ ନେଇ । ନୂଆ ନିୟମ ଲାଗୁ ହେବାକୁ ଯାଉଛି ।
Special Report
ନ୍ୟାୟ ସଂହିତା ଲାଗୁ ହେଲେ ମୁକୁଳିବେ ୮୨ ହଜାର ଡ୍ରାଇଭର କଏଦୀ । ସମାପ୍ତ ହୋଇଯିବ ସେମାନଙ୍କର ଜେଲ ଦଣ୍ଡ । ଏବେ ଆସୁଥିବା ନୂଆ ନିୟମକୁ ଭୟ କରୁଛନ୍ତି ଡ୍ରାଇଭର ।
୮୨ ହଜାର ଡ୍ରାଇଭର ଜେଲ ଦଣ୍ଡ ଭୋଗ କରୁଛନ୍ତି । ଏହି ନୂଆ ନିୟମ ଆସିଲେ ସେମାନେ ଜେଲ ଦଣ୍ଡରୁ ମୁକ୍ତ ପାଇବେ । ଏହି କଥା ସେତେବେଳେ ସମ୍ଭବ ଯେତେବେଳେ ଭାରତରେ ଲାଗୁ ହେବ ନ୍ୟାୟ ସଂହିତା ।
Special Report
ହିଟ ଆଣ୍ଡ ରନକୁ ଆଖି ଆଗରେ ରଖି ଲାଗୁ ହେବାକୁ ଯାଉଛି ଏହି ନିୟମ । ପୁର୍ବରୁ ମଧ୍ୟ ନିୟମ ଥିଲା ଆଉ ଏହି ନିୟମକୁ କଠୋର ଆଉ ପରିବର୍ତ୍ତନ କରାଯାଇଛି । କିନ୍ତୁ ଏବେ ଏହି ନ୍ୟାୟ ସଂହିତା ନିୟମକୁ ବିରୋଧ କରୁଛନ୍ତି ଟ୍ରକ୍ ଡ୍ରାଇଭରମାନେ ।
ନ୍ୟାୟ ସଂହିତାରେ ଆଇନ୍ ତିଆରି ହୋଇ ସାରିଛି କେବଳ କେବେ ଲାଗୁ ହେବ ତାକୁ ହିଁ ଅପେକ୍ଷା । ଜାନୁଆରୀ ୨୬ ତାରିଖ ଯାହାକି ଗଣତନ୍ତ୍ର ଦିବସ, ସେହିଦିନ ଏହି ନିୟମ ଲାଗୁ ହେବ ବୋଲି କୁହାଯାଉଛି । ଏନେଇ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଛି ।
Special Report
ଛୋଟ ମୋଟ ସଡ଼କ ଦୁର୍ଘଟଣା ଆଦି ଅପରାଧରେ ଜେଲ ଦଣ୍ଡ ଭୋଗ କରୁଥିବା ୮୨ ହଜାର ଡ୍ରାଇଭରଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ଚଳିତ ବର୍ଷ ହୋଲି ପର୍ବ ପୂର୍ବରୁ ସେମାନେ ସବୁ ମୁକୁଳି ଯିବେ ବୋଲି ଆଶା କରାଯାଉଛି ।
Special Report
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବିଚାରାଧୀନ କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପ୍ରଶିକ୍ଷକ, ଜେଲ ଅଧିକାରୀ, ପୋଲିସ ବଳ ଏବଂ ଓକିଲମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ୩୦୦୦ ପ୍ରଶିକ୍ଷକଙ୍କ ତାଲିମ ଶେଷ ହୋଇଛି ।
ନୂଆ ଆଇନ ଆଧାରରେ ପ୍ରଶିକ୍ଷକ ଦେବେ । କେନ୍ଦ୍ର ଆଉ ରାଜ୍ୟ ସରକାର ଏନେଇ ସବୁ ଜାରି କରିବେ । ମୋଟ ଡ୍ରାଇଭର କଏଦୀ ୫ ଲକ୍ଷ ଥିବା ବେଳେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୨ ଲକ୍ଷ ହେବେ । ସେମାନେ ଅଧିକ ବର୍ଷ ଜେଲରେ ଦଣ୍ଡ ଭୋଗ କରି ସାରିଲେଣି ।