Movie prime

କାହିଁକି ଏହି ସ୍ଥାନର ନାମ ରଖାଗଲା ଶିବଶକ୍ତି ଦେଖନ୍ତୁ ଏହା ପଛର ରହସ୍ୟ ଏବଂ କାରଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଥିଲା ତାର ନାମକରଣକୁ ନେଇ ବିବାଦ ଦେଖାଯାଇଛି। ଅବତରଣ ସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ‘ଶିବଶକ୍ତି’ ବୋଲି ନାମକରଣ କରିଥିଲେ।
Special report
ଏପରି ନାମକରଣକୁ ନେଇ ବିବାଦ ଦେଖାଯିବା ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ମୁହଁ ଖୋଲିଛନ୍ତି । ରବିବାର ସୋମନାଥ କହିଛନ୍ତି ଯେ ଅବତରଣ ସ୍ଥାନକୁ ଶିବଶକ୍ତି ବୋଲି ନାମକରଣ କରାଯିବା ଭୁଲ୍‌ ନୁହେଁ। 
ପ୍ରଧାନମନ୍ତ୍ରୀ ଏପରି ନାମକରଣ କରିବା ପରେ ଏହାର ଅର୍ଥ ବୁଝାଇଥିଲେ ଓ ଏହା ଆମ ସମସ୍ତଙ୍କୁ ପସନ୍ଦ ହୋଇଥିଲା। ସେହିପରି ୨୦୧୯ରେ ଚନ୍ଦ୍ରଯାନ-୨ ଅବତରଣ କରିବାରେ ବିଫଳ ହୋଇଥିଲେ ମଧ୍ୟ ଯେଉଁ ସ୍ଥାନରେ ନିଜର ଛାପ ଛାଡ଼ିଥିଲା ସେହି ସ୍ଥାନର ନାମ ‘ତ୍ରିରଙ୍ଗା’ ରଖିବାକୁ ଘୋଷଣା କରାଯାଇଛି।
ଉଭୟ ନାମ ଭାରତକୁ ସୁଜାଇବା ଭଳି ହୋଇଛି। ତେଣୁ ଏହାକୁ ନେଇ ବିବାଦ ହେବା ଠିକ୍ ନୁହେଁ। ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଚନ୍ଦ୍ରଯାନର ଅବତରଣ ସ୍ଥଳକୁ ଏପରି ନାମକରଣ କରିବାର ବିଶେଷ କ୍ଷମତା ରହିଛି। ସୋମନାଥ କହିଛନ୍ତି ଯେ ବିଜ୍ଞାନ ଓ ବିଶ୍ବାସ ଦୁଇଟି ଭିନ୍ନ ପ୍ରସଙ୍ଗ। 
Special report
ଏହି ଦୁଇଟିକୁ ମିଶାଇବା ଠିକ୍ ନୁହେଁ। ସେ କହିଛନ୍ତି ସେ ଜଣେ ଗବେଷକ। ସେ ଚନ୍ଦ୍ର ସମ୍ପର୍କରେ ଗବେଷଣା କରିଛି। ଏହା ଜୀବନଯାତ୍ରା ଏକ ଅଂଶ। ଆଧ୍ୟାତ୍ମିକତା ମଧ୍ୟ ମୋ ଜୀବନଯାତ୍ରାର ଅନ୍ୟ ଏକ ଅଂଶ। ତେଣୁ ସେ ଅନେକ ମନ୍ଦିର ଦର୍ଶନ କରିବା ସହିତ ଅନେକ ଧର୍ମଗ୍ରନ୍ଥ ଅଧ୍ୟୟନ କରିଛି।
ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନର ଅବତରଣ ସ୍ଥାନକୁ ଶିବଶକ୍ତି ପଏଣ୍ଟ ଘୋଷଣା କରିବା ପରେ କଂଗ୍ରେସ ଏହାର ବିରୋଧ କରିଛି। କଂଗ୍ରେସ ନେତା ରଶିଦ ଆଲ୍‌ଭି କହିଥିଲେ ଯେ ୨୦୦୮ ନଭେମ୍ବର ୧୪ରେ ଚନ୍ଦ୍ରଯାନ-୧ ଅବତରଣ ସମୟରେ ଭାଙ୍ଗି ପଡ଼ିଥିଲା। 
ଯେଉଁ ସ୍ଥାନରେ ଏହା ଭାଙ୍ଗି ପଡ଼ିଥିଲା, ସେହି ସ୍ଥାନର ନାମ ‘ଜବାହର ପଏଣ୍ଟ’ ବା ଜବାହର ସ୍ଥଳ ରଖାଯାଇଛି।କାରଣ ସେଦିନ ଜବାହର ଲାଲ ‌ନ‌େ‌ହରୁଙ୍କ ଜନ୍ମଦିନ ଥିଲା। ଏବେ ଧର୍ମ ଆଧାରରେ ଶିବଶକ୍ତି ପଏଣ୍ଟ ରଖାଗଲେ ବିଶ୍ବବାସୀ ହସିବେ।
ନେ‌େ‌ହରୁ ଦେଶରେ ମହାକାଶ ଗବେଷଣାର ଭିତ୍ତି ସ୍ଥାପନ କରିଥିଲେ। ମୋଦୀ ଏବେ ନାମକରଣକୁ ରାଜନୀତିକ ରୂପ ଦେଉଛନ୍ତି। ଜବାବରେ ବିଜେପି ନେତା ଗୌରବ ଭାଟିଆ କହିଛନ୍ତି ଯେ କଂଗ୍ରେସର ଏପରି ସମାଲୋଚନା ଦଳର ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ପ୍ରକାଶ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.