Movie prime

ଏଯାଏଁ କମିନି ହାଡ଼ଭଙ୍ଗା ଶୀତ ଦେଖନ୍ତୁ ଆସିଲା ବର୍ଷା ୧୭ ତାରିଖରୁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏବେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ ।
Special Report
ଏହି ଭିଡିଓ ଆପଣଙ୍କୁ ପାଣିପାଗ ବିଷୟରେ ଜଣାଇବ । ଏହି ଭିଡିଓ ଏବେ ଶୀତ ଆଉ ବର୍ଷା ବିଷୟରେ ଲୋକଙ୍କୁ ଜଣାଇବ । ଲୋକମାନେ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିପାରିବେ ।
ରାଜ୍ୟରେ ଆପଣମାନେ କୁହୁଡ଼ିର ପ୍ରଭାବ ତ ଜାଣିଥିବେ । କେତେକ ସ୍ଥାନରେ କୁହୁଡି କମି ଯାଇଥିବା ବେଳେ ଆଉ କେତେକ ସ୍ଥାନରେ କୁହୁଡି ପ୍ରବଳ ରହିଛି । ଏବେ ଏହି ଖବର ଆପଣମାନେ ଜାଣିବା ସହ ଏହା ଆପଣଙ୍କ କାମରେ ଆସିବ।
Special Report
ରାଜ୍ୟରେ କେତେ ସ୍ଥାନରେ କୁହୁଡି କମି ଯାଇଥିବା ବେଳେ ଥଣ୍ଡା ଏବେ ମଧ୍ୟ ଅନୁଭୂତ ହେଉଛି । ରବିବାର ଦିନ ୧୦ ଗୋଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ ରହିଥିଲା । 
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସର୍ବନିମ୍ନ ତାପମାତ୍ରା ସିଗିରେଇ ଠାରେ ଥିଲା । ଆଉ ଏହାର ପରିମାଣ ହେଉଛି ୭.୩ ଡିଗ୍ରୀ ।
Special Report
ଉଦୟଗିରିରେ ୮ ଡିଗ୍ରୀ ଏବଂ ରାଉଲକେଲାରେ ୮.୭ ଡିଗ୍ରୀ ତାପମାତ୍ରା ଆଉ କୋରାପୁଟରେ ୮.୯ ଡିଗ୍ରୀ । ସୁନ୍ଦରଗଡ଼ ଜିଲ୍ଲାରେ ୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ଝାରସୁଗୁଡାରେ ୯.୩ ଡିଗ୍ରୀ । ରାଣୀତାଳରେ ୯.୫ ଡିଗ୍ରୀ ଏବଂ କେଉଁଝରରେ ୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । 
ଅନୁଗୁଳ ଜିଲ୍ଲାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆସନ୍ତା ୫ ଦିନ ଭିତରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ରାଜ୍ୟର ଅନେକ ଜିଲ୍ଲାରେ ସ୍ୱଳ୍ପ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି ।
୧୭ ଏବଂ ୧୮ ତାରିଖରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ୧୭ ତାରିଖରେ ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ ଏବଂ ୧୮ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଏବଂ ଭଦ୍ରକର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।