Movie prime

ଏଇ କଥା ସତ ହୋଇଥିଲେ ସାଙ୍ଘାତିକ : ଲୋକ ଙ୍କୁ ଟଙ୍କା ଦେଇ କଣ ଡକାଯାଉଛି କାର୍ଯ୍ୟକ୍ରମ କୁ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଆସିବା ମାତ୍ରେ ହିଁ ରାଜନୀତି କିଭଳି ଭାବରେ ସରଗରମ ହେବାରେ ଲାଗିଥାଏ। ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗି ଥାଏ।
Special Report
ଏହାକୁ ନେଇ ଆଗାମୀ ୨୦୨୪ ରେ ନିର୍ବାଚନ ହେବାକୁ ଯାଉଛି। ଆଉ ଏହି ନିର୍ବାଚନ ପାଇଁ ମଧ୍ୟ ସବୁ ଦଳ ପ୍ରସ୍ତୁତ ହେବାରେ ଲାଗି ପଡିଛନ୍ତି। ଆଉ ଏହାରି ମଧ୍ୟରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।ଗତକାଲି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।
ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା।ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣାଯାଇଥିଲା ଟଙ୍କା। ଯାହାକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Special Report
ସେଠାରେ ଲୋକ ମାନଙ୍କୁ ଖାଇବା ପିଇବା ସହ ବ୍ୟକ୍ତି ଜଣକ ପିଛା ୪ ହଜାର ଟଙ୍କା ଲେଖା ପ୍ରଦାନ କରାଯାଇ ଥିଲା।ସେହିପରି ପୂର୍ବତନ ପଟାଙ୍ଗି ବ୍ଲକ ଅଧ୍ୟକ୍ଷ ଅତନୁରାମ ମାଟାମ ମଧ୍ୟ କାହାକୁ କେତେ ଦିଆଯିବ, କାର ଭିତରେ ଖାତା କଲମ ଧରି ହିସାବ ଲେଖୁଛନ୍ତି।
ଯେତେବେଳେ କ୍ୟାମେରା ମ୍ୟାନ ତାଙ୍କ ନିକଟକୁ ଯାଉଥିଲେ ସେତେବେଳେ ସେମାନେ କ୍ୟାମେରା ମ୍ୟାନ ଙ୍କୁ ପାଟି କରି ସେମାନଙ୍କୁ ଖାଇବାକୁ ଯିବା ପାଇଁ କହୁଥିଲେ।
ଏଭଳି କି କ୍ୟାମେରା ମ୍ୟାନ ସମ୍ମୁଖକୁ ଆସି ଭିଡିଓ କାହିଁ କରୁଛନ୍ତି ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଥିଲେ।ବିଜେଡ଼ି ନେତା ତଥା ପଟାଙ୍ଗି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀନିବାସ ବାଲା ରାୟଙ୍କ ଉପସ୍ଥିତି ରେ ହିଁ ସେଠାରେ ଏଭଳି କିଛି ଚାଲିଥିଲା।
ଆଉ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହାକୁ ଏବେ ଖୁବ ନିନ୍ଦା ମଧ୍ୟ କରାଯାଇଅଛି। ତେବେ ଏହି ଭିଡିଓ କୁ ଦେଖି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।