Movie prime

ଏମିତି ଏକ ଗାଁ ଯେଉଁଠି ବଢିଲା ଝିଅଙ୍କ ଦେହରେ ଲାଗୁଛି ଭୂତ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଗାଁ ଲୋକେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏହାକୁ କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ ।ଆଉ ଏଭଳି ଅନେକ କଥା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବିଷୟରେ ଜାଣିପାରିବେ । 
ଏମିତି ଗୋଟିଏ ଗାଁ ଅଛି ଯେଉଁ ଗାଁରେ କୋକୁଆ ଭୟ ଖେଳି ଯାଇଛି । ଏହି ଗାଁରେ ବଢିଲା ଝିଅଙ୍କୁ ଭୂତ ଲାଗୁଛି । ଆଉ ଏହି ଗାଁର ମଶାଣିରେ ଗଡୁଛି ଦଶମ ଶ୍ରେଣୀର ଛାତ୍ର ଏବଂ ଗଛରେ ଫଣା ଟେକି ଚାହିଁଛି ନାଗ ସାପ । ଗାଁରେ ବାହାରୁଛି ଭୂତ ।
ହଠାତ୍ କିଏ ଚାଲି ଯାଉଛି ତ କଳା ମଚମଚ ହୋଇ ଦେଖାଯାଉଛି । କଲେଜ ପଢୁଆ ଝିଅ ଘରେ ପହଞ୍ଚିଲେ ଲାଗୁଛି ଭୂତ । କିଛି ଏଭଳି ଘଟଣା ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ସଦର ଥାନା କାଇପଦର ପଞ୍ଚାୟତ ଦଧିମାଛଗଡ଼ିଆ ଗାଁରେ । ସ୍କୁଲ, କଲେଜରେ ପଢୁଥିବା ପିଲାମାନଙ୍କ ଦେହରେ ଭୂତ ବାସ କରୁଛି ।
Special report
ବଢିଲା ଝିଅଙ୍କ ଦେହରେ ଭୂତ ଆସୁଛି ଆଉ ସେମାନେ ଅଜବ ଆଚରଣ କରୁଛନ୍ତି ବୋଲି ଗାଁଲୋକ କହିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ଭୟ ତାଙ୍କ ପିଲାଙ୍କୁ ଭୂତ ଗ୍ରାସ କରିବ । ସେଥିପାଇଁ ସେମାନେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନିଜ ପିଲାଙ୍କୁ ବାପା ମା ପଠାଇ ଦେଉଛନ୍ତି । ଗାଁଲୋକ ଏହି ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି ।
ଗାଁ ଲୋକମାନେ କହୁଛନ୍ତି କେହି ଜଣେ ଭୂତ ପେଶୁଛି । ଏହିଭଳି ଦେଖାଯିବା ପରେ ମେଡିକାଲ ନେଲେ କିଛି ଜଣାପଡୁ ନାହିଁ । ଆଉ ସମସ୍ତେ ଗୁଣିଆ ପାଖକୁ ନିଜ ପିଲାଙ୍କୁ ନେଉଛନ୍ତି । ଏହି ଘଟଣାକୁ ନେଇ ଗାଁରେ ମିଟିଂ ଚାଲିଥିଲା । ଆଉ ସେହି ସମୟରେ ଗତ ରବିବାର ଦିନ ମିଟିଂ ହେଉଥିଲା । 
ରାତି ୧୦: ୩୦ ବେଳେ ଗୋଟିଏ ଦଶମ ଶ୍ରେଣୀର ଛାତ୍ର ମଶାଣିରେ ଗଡୁଥିବାର କିଛି ଲୋକ ଦେଖିଥିଲେ । ଆଉ ନାଗ ସାପ ଗଛରେ ଚାହିଁ ରହିଥିଲା ଏହି ଘଟଣା ଏବେ ଗାଁ ଲୋକଙ୍କୁ ଭୟଭୀତ କରିଛି । ଏହିସବୁ ଘଟଣାକୁ ନେଇ ପିଲାମାନେ ଆଉ ସ୍କୁଲକୁ ଯାଉ ନାହାନ୍ତି ।
୨୬୦ ପିଲାରୁ ମାତ୍ର ୬୦ ଜଣ ପିଲା ସ୍କୁଲ ଯାଉଛନ୍ତି । ଗାଁର ପୁରୁଷ ଲୋକ ଘର ଛାଡି କାମ କରିବାକୁ ଯାଉ ନାହାଁନ୍ତି । ମହିଳାମାନେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାଁନ୍ତି । ଏହି ଗାଁରେ ଏହିସବୁ ଘଟଣାକୁ ନେଇ ବିଶୃଙ୍ଖଳିତ ପରିସ୍ଥିତି ଦେଖାଯାଉଛି । ଗାଁରେ ପୋଲିସ ପ୍ରଶାସନ ପହଞ୍ଚି ଏହା ଅନ୍ଧ ବିଶ୍ବାସ ବୋଲି ଲୋକଙ୍କୁ ବୁଝାଉଛନ୍ତି ।