ମୋ ଭଉଣୀ ର ଇଜ୍ଜତ୍ ସହ ଖେଳିଲା...ରାଗରେ ଚପଲ ଖୋଲି ସେକି ଦେଇଗଲି
Mar 1, 2024, 08:07 IST

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସାରା ଓଡ଼ିଶା ରେ ଏବେ ଆଲବମ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ଙ୍କୁ ନେଇ ଚର୍ଚ୍ଚା।ବିଚ୍ ରାସ୍ତା ରେ ନିଜ ଭଉଣୀ ର ପୂର୍ବତନ ପ୍ରେମିକ କୁ ଚପଲ ସେ ସେକି ଚାଲି ଗଲେ ଏହି ଅଭିନେତ୍ରୀ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

ରୋମ୍ୟା ଗତ କିଛି ଦିନ ହେବ ଟିଭି ଜଗତ ରେ ପ୍ରବେଶ କରିଛନ୍ତି।ଲୋକ ମାନେ ତାଙ୍କ ନାଚ କୁ ଧୀରେ ଧୀରେ ପସନ୍ଦ କରିବାକୁ ଲାଗି ଥିଲେ।ହେଲେ ବର୍ତ୍ତମାନ ସମୟ ରେ ସେ ତାଙ୍କ ବଡ ଭଉଣୀ ସାବିତ୍ରୀ ବେହେରା ଙ୍କୁ ନେଇ ଚର୍ଚ୍ଚା ରେ ଅଛନ୍ତି।
ସୂଚନା ଅନୁସାରେ ତାଙ୍କ ଭଉଣୀ ସାବିତ୍ରୀ ବେହେରା ଗତ ଆଠ ବର୍ଷ ତଳେ ନିକଟସ୍ଥ ଗ୍ରାମ ର ଜଣେ ଯୁବକ ଙ୍କୁ ପ୍ରେମ କରି ଆସୁ ଥିଲେ।ସେହି ଯୁବକ ଜଣକ ହେଉଛନ୍ତି ପୂର୍ବତନ ସରପଞ୍ଚ ଙ୍କ ପୁଅ।ସାବିତ୍ରୀ ତାଙ୍କୁ ଖୁବ୍ ଭଲ ପାଉ ଥିଲେ।
ତାଙ୍କ ଭିତରେ ସବୁକିଛି ଠିକ୍ ଥିଲା।ନିଜ ପ୍ରେମ କୁ ପାଇବା ପାଇଁ ସାବିତ୍ରୀ ବହୁତ ଚେଷ୍ଟା କରି ଥିଲେ।ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ହେଲେ ହଟାତ ଏଭଳି କଣ ଘଟି ଗଲା ଯେ ଉଭୟ ସବୁଦିନ ପାଇଁ ଅଲଗା ହୋଇ ଗଲେ।ଏହା ପରେ ସେମାନଙ୍କ ଭିତରେ ବିବାଦ ଦେଖା ଦେଲା।

ଏହା ପରେ ସାବିତ୍ରୀ ଓ ତାଙ୍କ ଭଉଣୀ ରୋମ୍ୟା ରାସ୍ତା ରେ ଯାଉ ଥିଲେ।ଏହି ସମୟ ରେ ସେଠାରେ ଆସି ପହଞ୍ଚି ଥିଲେ ସାବିତ୍ରୀ ଙ୍କ ପୂର୍ବତନ ପ୍ରେମିକ ଓ ତାଙ୍କ ବାପା।ସେମାନେ ସାବିତ୍ରୀ ଙ୍କ ସହିତ ଜୋର୍ ଜବରଦସ୍ତି କରି ଥିଲେ।ତାଙ୍କୁ ରାସ୍ତା ମଝିରେ ମାରି ଥିଲେ।
ଏହାକୁ ଦେଖି ରୋମ୍ୟା ସହି ପାରି ନ ଥିଲେ।ସେ ସେହି ବାପ ପୁଅ ଙ୍କୁ ଚପଲ ଖୋଲି ପିଟି ଚାଲି ଥିଲେ।ଏହା ପରେ ଉଭୟ ଙ୍କ ପରିବାର ଲୋକେ ଥାନା ର ଦ୍ବାରସ୍ଥ ହୋଇ ଥିଲେ।ସେଠାରେ ତାଙ୍କ ବାପା ମା ଉପସ୍ଥିତ ଥିଲେ।
ଏହା ପରେ ରୋମ୍ୟା କହି ଥିଲେ କି ମୋ ଭଉଣୀ ସହିତ ଯିଏ ଏମିତି କରିବ ମୁଁ ତାକୁ ନିଶ୍ଚିତ ମାରିବି।ସେମାନେ ଭୁଲ କରିଛନ୍ତି।ତାଙ୍କୁ ଦଣ୍ଡ ଦିଆ ଯିବା ଉଚିତ।ମୁଁ ସବୁବେଳେ ମୋ ଭଉଣୀ ସହିତ ରହିଛି।ତାକୁ ନ୍ୟାୟ ଦେଇକି ରହିବି।
ସେଭଳି ପରିବାର କୁ ଦଣ୍ଡ ଦିଆ ଯିବା ଉଚିତ ବୋଲି ଆଲବମ କୁଇନ ରୋମ୍ୟା କହି ଥିଲେ।ଯାହାକୁ ନେଇ ଏବେ ସବୁଠାରେ ତାଙ୍କ ବିଷୟ ରେ ଚର୍ଚ୍ଚା କରା ଯାଉଚି।