Movie prime

ଏଣିକି ବାହାଘର ପଡ଼ିଲେ ଯଦି ପଇସା ନଥିବ ତାହାଲେ ଚିନ୍ତା ନାହିଁ ! EPFO ରୁ ଉଠେଇ ପାଇବେ ଟଙ୍କା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO। ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ହେଉଛି ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଞ୍ଚୟ କରିବାର ଏକ ବଡ଼ ପଦ୍ଧତି।
EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ଅତ୍ୟନ୍ତ ଦରକାରୀ ସମୟରେ ଆସିଥାଏ। ଯାହା କି ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ।
Special report
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି। ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି।
EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି।ଦିଆଯାଇଥିବା ସୂଚନା ଅନୁସାରେ PF ପ୍ରତ୍ୟାହାର ନିୟମାବଳୀ ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ଏହି ଟଙ୍କା ଉଠାପାରିବେ। 
ହେଲେ ଏଥିପାଇଁ କିଛି ନିୟମ ରହିଛି, ଯାହା ନିଜେ ଆକାଉଣ୍ଟଧାରୀ EPFO ଅଧିକାରୀଙ୍କ ସହ ପରାମର୍ଶ ନେବାପରେ ଏନେଇ ପଦକ୍ଷେପ ନେପାରିବେ।ଇପିଏଫ୍ଓ ଅନୁଯାୟୀ,
ସଦସ୍ୟମାନେ ସେମାନଙ୍କ ପାଣ୍ଠିରେ ରଖାଯାଇଥିବା ମୋଟ ରାଶିର ୫୦% ପ୍ରତ୍ୟାହାର କରିପାରିବେ। ତଥାପି, ଏହାର ଏକ ମାନଦଣ୍ଡ ହେଉଛି। ପ୍ରୋଭିଡେଣ୍ଟ ପାଣ୍ଠିର ୭ ବର୍ଷର ସଦସ୍ୟତା ରହିବା ଉଚିତ୍। 
ଆପଣ ସୁବିଧାଜନକ ଭାବରେ PF ପାଣ୍ଠି ପ୍ରତ୍ୟାହାର କରିପାରିବେ। EPFO କହିଛି ଯେ ଆପଣ କେବଳ ୭୨ଘଣ୍ଟା ପରେ ଅନଲାଇନରେ ଟଙ୍କା ଉଠାଇ ପାରିବେ। ୨୦୨୩ - ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ବଜେଟ୍‌ରେ ସରକାର EPFO ପ୍ରତ୍ୟାହାର ଉପରେ କିଛି ପରିବର୍ତ୍ତନ କରିଛନ୍ତି। EPFO ପ୍ରତ୍ୟାହାର ଉପରେ TDS ୩୦%ରୁ ୨୦%କୁ ହ୍ରାସ ପାଇବ ବୋଲି କୁହାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.