Movie prime

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଅକ୍ଷମତା ଦେଖନ୍ତୁ ଦୁର୍ଘଟଣାରେ ହାତ ଚାଲିଗଲା ପରେ ମଧ୍ୟ ହେଲେ ଆଇଏଏସ ଅଫିସର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେରଳର ତିରୁବନନ୍ତପୁରମର ଅଖିଲା ବି. ଏସ୍। ସେପ୍ଟେମ୍ବର ୧୧, ୨୦୦୦ ମାତ୍ର ପାଞ୍ଚ ବର୍ଷ ବୟସରେ ଏକ ବସ୍ ଦୁର୍ଘଟଣାରେ ସେ ନିଜର ଡାହାଣ ହାତ ହରାଇବସିଲେ।
ଖୁବ୍ କମ୍ ବୟସରେ କୁନି କୁନି ଆଖିରେ ଦେଖିଥିବା ସବୁ ସ୍ୱପ୍ନ ପାଣିରେ ମିଶିଗଲା। ହେଲେ କଥାରେ ଅଛି ଇଚ୍ଛାଶକ୍ତି ଆଗରେ ହାରମାନେ ସମସ୍ତ ବାଧାବିଘ୍ନ ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଅଖିଳା। ହାତ ହରାଇବା ପରେ ନା ସେ କେବେ ଭାଙ୍ଗିପଡିଥିଲେ ନା କେବେ ହାର ମାନିଥିଲେ। 
Hh
ମନ ଉଣା କରିବା ବଦଳରେ ମାନସିକ ସ୍ତରରେ ନିଜକୁ ଦୃଢ କରିଥିଲେ। ଅଖିଳା କଟନ ହିଲ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଝିଅ। ହାତ ହରାଇବା ପରେ ବର୍ଷ ବର୍ଷ ଧରି ଆମେରିକାରେ ଚିକିତ୍ସିତ ହେଲେ ମଧ୍ୟ ଅଖିଳାଙ୍କୁ କୌଣସି ସୁଫଳ ମିଳିନଥିଲା।
ଶେଷରେ ସେ ନିରାଶ ନହୋଇ, ଅଧିକ ସମୟ ନଷ୍ଟ ନକରି ନିଜ ବାମ ହାତରେ ଲେଖିବା ସହ ନିଜର ଦୈନନ୍ଦିନ କାର୍ୟ୍ୟକଳାପ କରିବା ଆରମ୍ଭ କରିଥିଲେ। ହାତ ହରାଇ କେବେବି ହତାଶ ହୋଇନଥିଲେ ଅଖିଳା। ଅଖିଳାଙ୍କ ପ୍ରତିଭା ଆଗରେ ହାର ମାନିଛି ସମସ୍ତ ପ୍ରତିବନ୍ଧକ। 
ବୟସ ସହ ତାଳ ମିଶାଇ ଆଗକୁ ଆଗକୁ ବଢିଚାଲିଥିଲେ ଅଖିଳା। ପାଠପଢା ପ୍ରତି ଥିବା ତାଙ୍କ ଦୃଢ଼ଇଚ୍ଛାଶକ୍ତି ଆଜି ତାଙ୍କୁ ଆଣିଦେଇଛି ସଫଳତା। ନିଜକୁ ଭିନ୍ନକ୍ଷମ ଭାବିବା ପରିବର୍ତ୍ତେ ସେ ଦେଖିଥିଲେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ। ଆଉ ଏବେ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ଅଖିଳା।
Fh
ଏକାଡେମିକ୍ସରେ ଭଲ ରେକର୍ଡ କରିବା ସହ ସେ ଆଇଆଇଟି ମାଡ୍ରାସରେ ଇଣ୍ଟିଗ୍ରେଟେଡ୍ ଏମଏ କରିବା ପରେ , ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତୃତୀୟ ପ୍ରୟାସରେ ସେ ଏହି ପରୀକ୍ଷାରେ ସଫଳତା ହାତେଇଛନ୍ତି। 
ହାତ ହରାଇବା ପରେ ମାନସିକ ସ୍ତରରେ କିଛି ବଡ଼ କରିବାର ଆଶା ତାଙ୍କୁ ଆଜି ଜଣେ ପ୍ରଶାସନିକ ଅଧିକାରୀ ହେବାର ପରିଚୟ ଦେଇଛି। ଚାରିଆଡୁ ନିରାଶ ହେବା ପରେ , ଦୃଢ ଇଚ୍ଛାଶକ୍ତି ନେଇ ସେ ଆଗକୁ ବଢିଚାଲିଥିଲେ। ହାତ ନଥିଲେ ବି କେବେ ସେ ହାରିନଥିଲେ।
କଠିନ ପରିଶ୍ରମ କରି ୟୁପିଏସସି ପରୀକ୍ଷାରେ ସେ ୭୬୦ତମ ସ୍ଥାନ ହାସଲ କରିଛନ୍ତି। ଏହା ସହ ନିଜ ର୍ୟାଙ୍କ ଅନୁଯାୟୀ ଆଶାନୁରୂପୀ ପଦ ନମିଳିବାରୁ ସେ ପୁର୍ନବାର ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହ ଜଣେ ଆଇଏଏସ୍ ଅଧୀକାରୀ ହେବା ନେଇ ଆଶା ରଖିଛନ୍ତି।