Movie prime

ଦିଦି ଙ୍କ କଥା ରେ ହରିଡା ତୋଳିବାକୁ ଯାଇଥିବା ଛାତ୍ର ଠିଆ ଠିଆ ଜଲିଗଲା !!

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ଦେଖିବାକୁ ମିଳିଛି ଯେ ସପ୍ତମ ଶ୍ରେଣୀର ଛାତ୍ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁ-ରୁ-ତ-ର ଅବସ୍ଥାରେ ଅଛନ୍ତି।
ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପୌର ପରିଷଦର ସଉରା ପ୍ରଧାନୀ ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଧୁଗଣ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ଛାତ୍ର ମାନଙ୍କୁ ହରିଡା ଫଳ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଚାନ୍ଦ୍ରାୟା ଶବର ହରିଡା ଗଛରେ ଚଢିଥିଲେ। ଏହାପରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତ ହେଇ ଅଚେତା ଅବସ୍ତାରେ ତାରରେ ଲଟକି ଯାଇ ଝୁଲି ରହିଥିଲା।
ବିଦ୍ୟୁତ୍ ବିଭାଗକୁ ଖବର ଦେଇ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ। ଏସପି ଗୁଡ଼ାର ଯୁବକ ଋଷି ଶବର ଗଛ ଚଢି ଛାତ୍ର କୁ ଉଦ୍ଧାର କରିଥିଲେ। 
ଆଉ ଜଣେ ଯୁବକ ଜୟ ଦେବ୍ ଶବର ଗଛ ଉପରୁ ଅଚେତା ଛାତ୍ରକୁ ଓହ୍ଲାଇବାରେ ସହାୟତା କରିଥିଲେ। ଅଚେତ ଛାତ୍ର ଚାନ୍ଦ୍ରାୟା ଶବରକୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଉପଖଣ୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ନିର୍ଦେଶ କ୍ରମେ ଉତ୍ତମ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ସେବା ଯୋଗାଇ ବ୍ରହ୍ମପୁର ମେଡିକାଲ କଲେଜ ସ୍ଥାନାନ୍ତରିତ କରିଥିଲେ। ଏହି ଘଟଣାଟିକୁ ନେଇ ଦିନ ତମାମ ଉତେଜନା ଲାଗି ରହିଥିଲା। 
ଏହି ଘଟଣାରେ ଶିକ୍ଷୟତ୍ରୀଙ୍କ ଭୂମିକା ରହିଛି ନା ନାହିଁ, ତାହା ଏହି ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ଅଧିକାରୀ, ଦମକଳ ବାହିନୀ ଏବଂ
ମେଡିକାଲ ଟିମ୍ ନ ଲଥାଇ ମଧ୍ୟ ଦୁଇ ଯୁବକ ଋଷି ଶବର ଓ ଜୟ ଦେବ୍ ଶବରଙ୍କର ସାହସିକତା ପାଇଁ ସବୁଆଡେ ଉଭୟ ପ୍ରସଂଶର ପାତ୍ର ପାଲଟିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।