ଗାଡ଼ି ଚଳାଚଳ ବନ୍ଦ ହୋଇଥିବା ବେଳେ ଗାଡ଼ି ଚଳାଇବା ଦେଖି ଚିହିଁକି ପଡିଲେ ଡ୍ରାଇଭର ଦେଖନ୍ତୁ Exclusive Visual
Wed, 15 Mar 2023

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ରାସ୍ତାରେ ଡ୍ରାଇଭର ମାନେ ଗର୍ଜୁ ଥିବାର ଦେଖିବାକୁ ମିଳିଛି।ଧର୍ମ ଘଟ ଜିଦ୍ ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ।ଟ୍ରାଫିକ ସମସ୍ୟା ଏବଂ ଲୋକମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛି।
ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କୁ ଡ୍ରାଇଭର ମାନେ ଓହ୍ଲାଇଛନ୍ତି।ଭୁବନେଶ୍ୱର,ସମ୍ବଲପୁର ଭଳି ବିଭିନ୍ନ ସହରରେ ଆଜି ସକାଳରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।
ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହେଉଛି। ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କୁ ମହାସଂଘ ଓହ୍ଲାଇଛି।ଡ୍ରାଇଭର ପାଣ୍ଠି ଗଠନ,ସାମାଜିକ ନିରାପତ୍ତା,ଡ୍ରାଇଭର ଙ୍କ ପାଇଁ ବୀମା,ପେନସନ,ସଡ଼କ ଯାତ୍ରା କରିବା ବେଳେ ଭିନ୍ନ ସ୍ଥାନରେ ବିଶ୍ରାମ ଘର,ଶୌଚାଳୟ ବ୍ୟବସ୍ଥା ଭଳି ଦଶଟି ଦାବି ଉଠାଇଛନ୍ତି।
ଏହି ଆନ୍ଦୋଳନ ବେଳେ ଜରୁରୀ କାଳୀନ ସେବା ରେ ନିୟୋଜିତ ଯାନବାହାନ ଭଳି ଆମ୍ବୁଲାନ୍ସ ସହିତ ଅତି ଆବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି କୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଛି।
ତେବେ ଆନ୍ଦୋଳନ ରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ୍ ମାଲିକ ସଂଘ ସମେତ କୋଡ଼ିଏ ରୁ ଅଧିକ ସଂଘ ସାମିଲ ହେଉ ନଥିବା ବେଳେ ପ୍ରତିବାଦ ଚାଲିଛି।ଜଣେ ଡ୍ରାଇଭର ଗଣମାଧ୍ୟମ ସାମ୍ନାରେ କହିଛନ୍ତି
ଯେ ତାଙ୍କୁ କରୋନା ସମୟରେ କିଛି ସାହାର୍ଯ୍ୟ କରାଯାଇ ନାହିଁ।ବର୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କାର ଚଳାଇ ଆସୁଥିବା ବେଳେ ତାଙ୍କୁ କିଛି ଡ୍ରାଇଭର ମାନେ ଅଟକ ରଖିଥିଲେ।ଏହାପରେ ତାଙ୍କ ଗାଡ଼ି ଚାରି ପାଖେ ଘେରି ଯାଇଥିଲେ।
ଏହାପରେ ଲଜ୍ୟା ନାହିଁ ଗାଡ଼ି ଚଳାଉଛନ୍ତି ବୋଲି କହି ସେହି ବ୍ୟକ୍ତି ଙ୍କୁ ଫୁଲମାଳ ପିନ୍ଧାଇ ଦେଇଥିଲେ।ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।