Movie prime

ଗାଡ଼ି ରଖିଲେ ରଖିଦେବେ ଚାଲି ଚାଲି ଘରକୁ ପଳେଇବି - ଗାଡ଼ି ମାଲିକ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ସମାଜରେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ଘଟୁଛି । ଆଜିକା ସମାଜରେ ଲୋକମାନେ ବହୁତ ସାବଧାନ ସହକାରେ ଗାଡ଼ି ଚଳାଇଲେ ମଧ୍ୟ କିଛି ଲୋକ କିଛି ନିୟମ ମାନନ୍ତି ନାହିଁ । ସରକାର ନିୟମ କରିଛନ୍ତି ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଉଚିତ୍ ।
କିନ୍ତୁ କିଛି ଲୋକ ଅଛନ୍ତି ଏହି ନିୟମକୁ ପାଳନ କରୁନାହାନ୍ତି । ଆଉ ଏହି ଲୋକମାନଙ୍କୁ ଧରିବା ପାଇଁ ସରକାର ନିୟମ ଜାରି ରଖିଛନ୍ତି । ଏବେ ସବୁ ଆଡେ ବାଇକ୍ ଚାଳକଙ୍କର ଭଲ ପାଇଁ ହେଲମେଟ ଚେକିଂ ଚାଲିଛି ।
ଆଉ ଯିଏ ହେଲମେଟ ନ ପିନ୍ଧିକରି ଗାଡ଼ି ଚଳାଉଛି ତା ଠାରୁ ଫାଇନ ନିଆ ଯାଉଛି । କାରଣ ଫାଇନ ଦେଲା ପରେ ସେ ଏଭଳି ଭୁଲ ଆଉ କରିବ ନାହିଁ । କିନ୍ତୁ ଏବେ ଏହି ଘଟଣାକୁ ନେଇ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଖବର ହେଉଛି କଟକ ସହରରେ ଏବେ ହେଲମେଟ ଚେକିଙ୍ଗ କରାଯାଉଛି । ଆଉ ଯେଉଁ ବ୍ୟକ୍ତି ହେଲମେଟ ନ ପିନ୍ଧି ଗାଡ଼ି ଚଳାଉଛି ତାଠାରୁ ଫାଇନ ଆଦାୟ କରାଯାଉଛି ଆଉ ରସିଦ କଟା ଯାଉଛି ।
ଏବେ ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧି ଗାଡ଼ି ଚଳାଉଥିଲେ ଆଉ ତାଙ୍କୁ ପୋଲିସ ଅଟକ ରଖି ତାଙ୍କ ନାଁରେ ରସିଦ କରିଛି । ଆଉ ତାଙ୍କୁ ଫାଇନ ଲଗାଇଛି । ଟ୍ରାଫିକ ବାବୁ ଫାଇନ କାଟିବା ପରେ ଯୁବକ ଜଣଙ୍କର କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । 
ଏହି ବ୍ୟକ୍ତି ଜଣକର ୨୫ ହଜାର ଟଙ୍କା ଫାଇନ ଲଗାଯାଇଛି । ଆଉ ଏହି ବ୍ୟକ୍ତି ଜଣକ ଏହି ଫାଇନ ଦେଖି କହିଛନ୍ତି ସେ ଗାଡ଼ି କିଣିଛନ୍ତି ୬୦୦୦ ଟଙ୍କାରେ ।
ଆଉ ଗାଡ଼ି କାଗଜ ପତ୍ର ସବୁ ଠିକ୍ ଅଛି । ଆଉ ସେ ୬୦୦୦ ଟଙ୍କାରେ ଗାଡ଼ି କିଣିଥିଲେ ଆଉ ଏବେ ଫାଇନ ପଡ଼ିଛି ୨୫ ହଜାର ଟଙ୍କା । ସେ ଏହା ଦେଖି କହିଛନ୍ତି
"ଏହି ଗାଡ଼ି ନେଇଯାଅ ନହେଲେ ଏଠାରେ ଦେଇଦେବି । ଆଉ ଖାଲି ପାଦରେ ଘରକୁ ପଳେଇବି । ମୋର ଅଲଗା ଗାଡ଼ି ଅଛି ଚଳେଇବି "। ବ୍ୟକ୍ତି ଜଣଙ୍କର ଏଭଳି କଥା ଶୁଣି ଟ୍ରାଫିକ ପୋଲିସ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।