Movie prime

ଛିଟିକିଲା ଗରମ ଡାଲି, ଚାଲିଗଲା ଛାତ୍ର ର ଜୀବନ ! ପିଲା କରୁଥିଲା ରୋଷେଇ, ପାଠ ପଢ଼ିବ କଣ ଶିକ୍ଷକ ଲଗାଇଥିଲେ ରୋଷେଇ କାମ ରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଦୃଶ୍ୟ ଦେଖିବାକୁ ମିଳିଛି କି ହଷ୍ଟେଲ ରେ ରୋଷେଇ କାମ କରୁଛନ୍ତି ଛାତ୍ର। ଅବିଭାବକ ମାନେ ତାଙ୍କ ପିଲାଙ୍କୁ ହଷ୍ଟେଲ କୁ ପାଠ ପଢେଇବାକୁ ଛାଡିଛନ୍ତି ,
ହେଲେ ହଷ୍ଟେଲ କର୍ମକର୍ତ୍ତା ମାନେ ପିଲା ମାନଙ୍କୁ ହଷ୍ଟେଲ କାର୍ଯ୍ୟରେ ନିୟୋଜିତ କରି ଦେଇଛନ୍ତି। ସେମାନେ ପିଲା ମାନଙ୍କୁ ରୋଷେଇ କାମରେ ଲଗାଉଛନ୍ତି। ଆଉ ଏକଥା ମଧ୍ଯ ଅବିଭାବକ ଙ୍କ କାନରେ ପଡୁ ନାହିଁ।
ଆଉ ରୋଷେଇ ପରେ ଛାତ୍ର ଙ୍କ ଉପରେ ଡାଲି ଛିଟିକି ମୃ-ତ୍ୟୁ ହେବା ପରେ ଏହି ଘଟଣା ଏବେ ସାମ୍ନା କୁ ଆସିଛି। ଏହାକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଡାଲି ଛିଟିକି ଗୁରୁତର ହୋଇଥିଲେ ଛାତ୍ର।
ଏହାପରେ ସେ ମେଡିକାଲ ରେ ଚିକିତ୍ସିତ ମଧ୍ଯ ହେଉଥିଲେ ହେଲେ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣକ ଙ୍କ ମୃ-ତ୍ୟୁ ଘଟିଛି। ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ସୁନ୍ଦରଗଡ ,କୋଇଡା ବ୍ଲକ୍, ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି।
ଏଠାରେ ଥିବା ବାଳକ ହଷ୍ଟେଲ ରେ ଖାଦ୍ୟ ରୋଷେଇ ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ର ଉପରେ ଡାଲି ପଡ଼ିଯିବା ପରେ ତାଙ୍କୁ ପ୍ରଥମେ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ରାଉଲକେଲା ଆଇଜିଏଚ କୁ ସ୍ଥାନାନ୍ତର କରା ଯାଇଥିଲା।
ହେଲେ ସେଠାରେ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ଜୀବନ ଚାଲି ଯାଇଛି। ଏହି ସଂପର୍କ ରେ ସେହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି କି ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସେ ନଥିଲେ।
ସେତେବେଳେ ଭିଡିଓ କନଫରେନ୍ସିଂ ଜରିଆରେ ବିଇଓ ସାର ଙ୍କ ସହ ମିଟିଂ ରେ ଥିଲେ। ସେହି ହଷ୍ଟେଲ ର ଏଏନଏମ ମଧ୍ୟ ଏହି ଘଟଣା ଘଟିବା ସମୟରେ ସେଠାରେ ନଥିଲେ ବୋଲି ବାରଣ କରିଛନ୍ତି।
ହେଲେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ର କଥା ଏହା କି ଏତେବଡ଼ ଘଟଣା ଘଟିଥିଲେ ସୁଦ୍ଧା ଏହି ସମ୍ପର୍କ ରେ ଏଏନଏମ ଙ୍କ ନିକଟରେ ଏନେଇ କୌଣସି ସୁଚନା ନଥିଲା। ଏନେଇ ହଷ୍ଟେଲ ୱାର୍ଡନ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.