Movie prime

ବିକାଶର ଆରମ୍ଭ ହେଲା ନୂଆ ଫର୍ଦ୍ଦ ଦେଖନ୍ତୁ ଗରିବ ଲୋକଙ୍କ ପାଇଁ ନୂଆ ରୂପରେ ଆରମ୍ଭ ହେଲା BYKS କାର୍ଡ ପଞ୍ଜିକରଣ ପ୍ରକ୍ରିୟା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସରକାର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ନୀତି ନିୟମ ବାହାର କରିଛନ୍ତି । ଲୋକମାନଙ୍କ ମଙ୍ଗଳ ପାଇଁ ଅନେକ ପ୍ରକାରର ଯୋଜନା ମଧ୍ୟ ସରକାର କରିଛନ୍ତି । ଏବେ ଆଉ ଏକ ନିୟମ ସରକାର ବାହାର କରିଛନ୍ତି ।
Special w
ସେହି ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ନୂଆ ଯୋଜନା ଅନୁସାରେ ଗରିବ ଲୋକଙ୍କ ଚିକିତ୍ସା ଟେନସନ୍ ଦୂର ହେବ । ମେଡ଼ିକାଲରେ ବଡ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।
ଓଡ଼ିଶା ସରକାର ଗରିବ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ BSKY ହେଲଥ କାର୍ଡ ବାହାର କରିଛନ୍ତି । ଆଉ ଏହି କାର୍ଡ ସାହାଯ୍ୟରେ ଲୋକଙ୍କୁ ସହାୟତା ମିଳୁଛି । ସେମାନେ ବିନା ଖର୍ଚ୍ଚରେ ମେଡିକାଲ ସେବା ପାଇ ପାରୁଛନ୍ତି । ଆଉ ଏବେ ଖବର ଆସିଛି କି BSKY ହେଲଥ କାର୍ଡ ପରେ BSKY ନବୀନ କାର୍ଡ ଆସିବାକୁ ଯାଉଛି ।
Special Report
ଏହି କାର୍ଡ ଦ୍ଵାରା କେବଳ ଗରିବ ଲୋକଙ୍କୁ ନୁହେଁ ଅନ୍ୟ ଲୋକଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ ବୋଲି ଖବର ଆସିଛି । ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ପାଇବେ BSKY ନବୀନ କାର୍ଡ ଆଉ ତାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା । 
ପର ପର୍ଯ୍ୟାୟରେ ସହରାଞ୍ଚଳ ବାସୀଙ୍କୁ ଏହି କାର୍ଡ ଦିଆଯିବ । ପ୍ରଥମେ ଏହି କାର୍ଡ ଗ୍ରାମବାସୀଙ୍କୁ ଦିଆଯିବ । ଏବେ ଏହି କାର୍ଡ ପାଇଁ ଅନଲାଇନରେ ପଞ୍ଜିକରଣ କରାଯାଉଛି । ଜାନୁଆରୀ ମାସ ୧୬ ତାରିଖ ଭିତରେ ଅନଲାଇନ୍ ପଞ୍ଜିକରଣ କରିପାରିବେ ।
Special Report
ଅନଲାଇନ୍ ମାଧ୍ୟମରେ www.bskynabin.odisha.gov.in ରେ ପଞ୍ଜିକରଣ କରିପାରିବେ । ଏହାସହ ଆପଣମାନେ ମୋ ସେବା କେନ୍ଦ୍ରରେ ରେଜିଷ୍ଟ୍ରେସନ୍ କରିପାରିବେ । Bsky କାର୍ଡ ଥିବା ସତ୍ତ୍ବେ ଏହି କାର୍ଡ ଆବେଦନ କରିପାରିବେ କି ନାହିଁ , କାହା ନାମରେ ଆବେଦନ କରିପାରିବେ ଏଭଳି ଅନେକ ପ୍ରଶ୍ନ ଆସୁଛି । 
ଯେଉଁମାନଙ୍କର BSKY କାର୍ଡ ନଥିବ ସେମାନେ ଏହି BSKY ନବୀନ କାର୍ଡ ଆବେଦନ କରିପାରିବେ । ନିୟମିତ ପେନସନ ଧାରୀ, ସରକାରୀ କର୍ମଚାରୀ, କିମ୍ବା ଆୟକର ଦାତା ହୋଇଥିଲେ ନିଜ ନାମ ପଞ୍ଜିକରଣ ପାଇଁ ବିବେଚିତ ହେବେ ନାହିଁ । ରାସନ୍ କାର୍ଡ ନଥିଲେ ମଧ୍ୟ BSKY ନବୀନ କାର୍ଡ ପାଇପାରିବେ ।
ଏହି ବିଷୟରେ ଅଧିକ କଥା ଜାଣିବା ପାଇଁ ଆପଣ 15569 ନମ୍ବରରେ କଲ୍ କରିପାରିବେ । ଏହି କାର୍ଡ ଦ୍ଵାରା ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲରେ ରୋଗର ଚିକିତ୍ସା କରାଯାଇପାରିବ । ଏହି ବିଷୟରେ ଅଧିକ ଖବର ଏହି ଭିଡିଓରେ ଆପଣମାନେ ଜାଣିପାରିବେ ।