Movie prime

ପ୍ରଚଣ୍ଡ ତାତି ରେ ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିଧାୟକ ! ଗରମ ଦେହ କୁ ଗରମ କାଟିବ କହି ବାଣ୍ଟିଲେ କମ୍ବଳ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସାରା ଦେଶରେ ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଟୋପାଏ ବର୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଧାୟକ ବାଣ୍ଟିଲେ କମ୍ବଳ।
ଜନପ୍ରତିନିଧିଙ୍କ ଏପରି ସେବା ମନୋଭାବ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ। ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। 
ସାରା ଦେଶରେ ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଟୋପାଏ ବର୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଧାୟକ ବାଣ୍ଟିଲେ କମ୍ବଳ।
ଜନପ୍ରତିନିଧିଙ୍କ ଏପରି ସେବା ମନୋଭାବ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ। ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। 
ଏପରିକି ଖରା ସମୟରେ ଘରୁ ନବାହାରିବା ପାଇଁ ପଶ୍ଚିମବଙ୍ଗ ପାଣିପାଗ ବିଭାଗ କହିଛି। ସବୁଦିନ ପାରଦ ୪୦ ଡିଗ୍ରି ଉପରେ ରହୁଛି। ଏଭଳି ସ୍ଥିତିରେ ଜଣେ ଟିଏମ୍‌ସି ବିଧାୟକ କମ୍ବଳ ବାଣ୍ଟିବା ସମସ୍ତଙ୍କୁ ଚକିତ କରିଛି।
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କରିମପୁର ଅଞ୍ଚଳରେ କିଛି ଲୋକ ଏକାଠି ହୋଇଛନ୍ତି। ସେଠି ବିଧାୟକ ଜଣ ଜଣ କରି କମ୍ବଳ ବାଣ୍ଟୁଛନ୍ତି। କମ୍ବଳ ନେବାକୁ ଆସିଥିବା ଗରିବ ଓ ଅସହାୟ ଲୋକେ ବିଧାୟକଙ୍କୁ ନମସ୍କାର କରି ଗ୍ରହଣ କରୁଛନ୍ତି। 


 

ଯେତେବେଳେ ଲୋକେ ଗରମରେ ଛାଟିପିଟି ହେଉଛନ୍ତି ସେତେବେଳେ କମ୍ବଳ ବଣ୍ଟାକୁ ଅନେକ ସମାଲୋଚନାର ସାମନା କରିବାକୁ ପଡିଛି। ଏହି ଭିଡିଓକୁ ସନାତନୀ ଠାକୁର ନାମକ ଜଣେ ବଙ୍ଗ ମହିଳା ଟ୍ୱିଟରରେ ସେୟାର କରିଛନ୍ତି।
ତାପମାତ୍ରା ୪୩ ଡିଗ୍ରୀ ହୋଇଥିବା ବେଳେ କରିମପୁରର ବିଧାୟକ ବିମଳେନ୍ଦୁ ସିଂ ରାୟ କମ୍ବଳ ବାଣ୍ଟିଥିବା ସେ କ୍ୟାପସନ୍‌ରେ ଉଲ୍ଲେଖ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.