Movie prime

କାହିଁକି ଘର ବାହାରେ ଲଗାଯାଏ ଲେମ୍ବୁ ଲଙ୍କା ଦେଖନ୍ତୁ ଆଉ ଜାଣି ନିଅନ୍ତୁ ଏହି ରହସ୍ୟମୟ ତଥ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ଦୋକାନ ରେ ଆପଣ ଲେମ୍ବୁ ଲଙ୍କା ଟଙ୍ଗା ଯାଇଥିବାର ଦେଖିଥିବେ। ବିଶ୍ୱାସ ରହିଛି ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଭ ହେଇଥାଏ ଏବଂ ସମସ୍ତ ଖରାପ ପ୍ରଭାବ ଦୂର ହେଇଥାଏ।
Special report
ତେବେ ଵାସୁଶାସ୍ତ୍ର ରେ ଏହାର ଚମତ୍କାରିତା କଥା ଉଲ୍ଲେଖ ରହିଛି। ଘର ଦ୍ୱାରରେ ଯଦି ଏହାକୁ ଟଙ୍ଗାଇ ଦିଆଯାଏ ତେବେ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ଘରେ ସୁଖ ଶାନ୍ତି ସମୃଦ୍ଧି ଏବଂ ବ୍ୟବସାୟରେ ଲାଭ ହେଇଥାଏ।
ଯଦି ସନ୍ତାନ ର ବିବାହ ରେ ବିଳମ୍ବ ହେଉଥାଏ ତେବେ ଏହା କୁ ଟାଙ୍ଗିବାଦ୍ୱାରା ବିବାହ ରେ ଉପୁଜୁଥିବା ସମସ୍ୟା ଦୂରୀଭୂତ ହେଇ ସମାଧାନ ହେଇଥାଏ। ଆମ ପୂର୍ବଜ ମାନେ ଏହା ବିଶ୍ୱାସ କରନ୍ତି କି ଏହା ଦ୍ୱାରା ମାତା ଲକ୍ଷ୍ମୀ ସର୍ବଦା ଘର ମଧ୍ୟରେ ରହିଥାନ୍ତି।
Special report
ସନ୍ଧ୍ୟା ସମୟରେ ଯେବେ ଲକ୍ଷ୍ମୀ ଙ୍କ ସାନ ଭଉଣୀ କୁଲକ୍ଷ୍ମୀ ଆସେ ସେ ଏହି ଲଙ୍କା ଲେମ୍ବୁ ଖାଇ ପୁନଃ ଫେରିଯାଏ। କିଛି ସ୍ଥାନ ରେ ଏହି ଲଙ୍କା ଲେମ୍ବୁ କୁ ଗାଡ଼ି ରେ ମଧ୍ୟ ବନ୍ଧା ଯାଏ। ଏହା ପଛରେ କଣ କାରଣ ରହିଛି ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ। 
ପୂର୍ବ କାଳରେ ଶଗଡ଼ ରେ ଲୋକେ ଯାତାୟାତ କରୁଥିଲେ। ଦୂର ମାର୍ଗ ଦେଇ ଯିବା ବେଳେ ଲୋକେ ଅନେକ ଜଙ୍ଗଲ ସ୍ଥାନରେ ବିଶ୍ରାମ ନେଉଥିଲେ। ଏହି ସମୟରେ ଆମ ପୂର୍ବଜ ମାନେ ଲଙ୍କା ଲେମ୍ବୁ ସାଥିରେ ନେଉଥିଲେ କାରଣ,
Special Report
ଯଦି କୋଣସି ସାପ କାମୁଡି ଦିଏ ତେବେ ସେମାନେ କିଛି ସମୟ ପରେ ସାପ ବିଷ ଚଢ଼ିଛି କି ନାହିଁ ଜାଣିବା ପାଇଁ ଲେମ୍ଭୁ ଚାଟନ୍ତି। ବିଷ ଦେହରେ ଅଧିକ ଥିଲେ ଲେମ୍ବୁ ପିତା ଲାଗେ ଏବଂ ଲଙ୍କା ଚୋବେଇଲେ ମିଠା ଲାଗେ। 
Special Report
ଏହି କାରଣ ଦ୍ୱାରା ବ୍ୟକ୍ତି ମାନେ ଏହାକୁ ବ୍ୟବହାର କରୁଥିଲେ। ଏଥିସହ କୁହାଯାଏ ଯେ ଲେମ୍ବୁ ଲଙ୍କାରେ କୀଟନାଶକ ଗୁଣ ରହିଛି, ଏହା ଝୁଲିବା କାରଣରୁ ସେଠାରେ ଥିବା ବାୟୁମଣ୍ଡଳ ଶୁଦ୍ଧ ରହିଥାଏ। ଏବଂ ଲେମ୍ବୁ ଏହାର ଚାରିପାଖରେ ବୁଲୁଥିବା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
ଏସବୁ ସହିତ, ଯଦି ବାସ୍ତୁ ଶାସ୍ତ୍ର ଅନୁଯାଇ ବିଶ୍ଵାସ କରାଯାଏ। ଯେଉଁ ଘରେ ଲେମ୍ବୁ ଗଛ ଅଛି, ସେ କୌଣସି ପ୍ରକାରେ ନକାରାତ୍ମକ ଶକ୍ତି ପାଇବ ନାହିଁ। ଏବଂ ଘରେ ସୁଖ ଏବଂ ସମୃଦ୍ଧତା ଥାଏ।