Movie prime

ଘରେ ପଶି ଚୋରି କରୁଥିଲେ ହଠାତ୍ ମାଡ଼ି ଆସିଲା ପୋଲିସ ଦେଖନ୍ତୁ ଏହା ପରର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଘଟୁଛି । ଲୋକମାନେ ଚୋରି କରିବା ଭଳି ମଧ୍ୟ କାମ କରନ୍ତି । ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ବାରିପଦା ସହର ସର୍ବଦା ଜନଗହଳି ଏବଂ ଚଳ ଚଞ୍ଚଳ ଅଟେ । ଆଉ ସେଠାରେ ଏହି ଘଟଣା ଘଟିଛି । ବାରିପଦା ସହରରେ ଥିବା ମଣୀପୁରମ୍ ଫାଇନାନ୍ସ ଲିମିଟେଡରେ ଘଟିଛି ଅଘଟଣ । 
ସେଠାରେ ହଠାତ୍ ପାଟିତୁଣ୍ଡ ଶୁଭିଥିଲା ଆଉ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଯାହାକୁ ଦେଖି ସମସ୍ତେ ଆତଙ୍କିତ ହୋଇ ଯାଇଥିଲେ । ଦିନ ଦ୍ବିପହର ସମୟରେ ଏଭଳି ଘଟଣା ଘଟିଥିଲା ।
Special Report
ଦିନ ଦ୍ବିପହର ସମୟରେ ମାରଣାସ୍ତ୍ର ଦେଖାଇ ଚୋରି କରିଥିଲେ ଏହି ଲୋକମାନେ । ଏହି ଡକାୟତ ମାନଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ମଣୀପୁରମ୍ ଫାଇନାନ୍ସ ଲିମିଟେଡରେ ଥିବା ସିସିଟିଭି କ୍ୟାମେରାରେ ଏହି ଡକାୟତ ମାନଙ୍କର କାରନାମା ରେକର୍ଡ କରାଯାଇଛି ।
ବାରିପଦା ସହରରେ ଏବେ ଅନେକ ଚୋରି ଡକାୟତ ହେଉଛି । ଦିନକୁ ଦିନ ଏହି ସହରରେ ଚୋରି ଡକାୟତ ବଢ଼ିବାକୁ ଲାଗୁଛି । ଏବେ ଏହି ସହର ଅଶାନ୍ତ ହୋଇପଡିଛି ।
Special Report
ଏହି ଚୋର ଡକାୟତଙ୍କୁ ପୋଲିସ ଧରିବା ପରେ ସେମାନେ ପୁଣି ବେଲରେ ଆସୁଛନ୍ତି ବୋଲି ଲୋକମାନେ କହୁଛନ୍ତି । ଗତକାଲି ବାରିପଦା ସହରର ବାରୁଣୀ ନିକଟରେ ଥିବା ଘରୋଇ ଅର୍ଥ ଲଗାଣକାରୀ ମଣୀପୁରମ୍ ଫାଇନାନ୍ସ ଲିମିଟେଡରେ ପାଞ୍ଚ ଜଣ ଦୁର୍ବୃତ୍ତ ପଶି ଯାଇଥିଲେ ।
ଆଉ ସେହି ସମୟରେ ସେମାନେ ମାରଣାସ୍ତ୍ର ଧରିଥିଲେ । ସେମାନେ ତଳ ମହଲାରେ ଅପେକ୍ଷା କରିଥିଲେ । ଏହାପରେ ସେମାନେ ଅଫିସ ଖୋଲିବା ମାତ୍ରକେ ବନ୍ଧୁକ ଦେଖାଇ ଲୁଟ କରିବାକୁ ପଶି ଯାଇଥିଲେ । ଯାହାକୁ ଦେଖି ସେଠାରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ଯାଇଥିଲେ ।
ସେମାନେ ଲୁଟ କରିବା ସମୟରେ ବାହାରୁ ଶୁଭିଥିଲା ପୋଲିସ ସାଇରନର ଶବ୍ଦ । ଆଉ ଶବ୍ଦ ଶୁଣିବା ପରେ ଯିଏ ଯେଉଁଠି ଥିଲେ ଦୌଡ଼ି ପଳାଇଥିଲେ । ବାରିପଦା ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।