Movie prime

ଘରୁ ନେଇ ଭାଙ୍ଗିଦେବେ ଆପଣଙ୍କ ଗାଡ଼ି ! ଦେଖନ୍ତୁ ଆସିଲା ବଡ ଖବର

 
Special Report
ନମସ୍କାର ପାଠକ ମଣ୍ଡଳୀ l ସରକାର କେତେବେଳେ କୋଉ ନିୟମ କରୁଛନ୍ତି ଯେ ତାର କିଛି ଠିକ ଠିକଣା ହିଁ ନାହିଁ l ବାର ମାସରେ ତେର ପର୍ବ ଭଳି ଆମ ସରକାରଙ୍କର ଲାଗିଥାଏ କିଛି ନିୟମର ଭିଡ l
ଦିନକୁ ଦିନ ନୂଆ ନୂଆ ନିୟମ ଯାହା ସହ ଖାପ ଖୁଆଇ ଚାଲିବା ଟା ବଡ କାଠିକର ପାଠ ଆଜ୍ଞା l ତେଣୁ ବିଭିନ୍ନ ଦଣ୍ଡ ଭୋଗିବାର ଭୟରେ ବିଚରା ନିରୀହ ଜନତା ନିଷ୍ଠୁର ସରକାରଙ୍କ କଥା ମଣି ଆସିଛନ୍ତି l
 ଆଗରୁ ଗାଡି ଚଳାଇବାକୁ ନେଇ ବିଭିନ୍ନ ନିୟମ ଦେଖିବାକୁ ମିଳେ l ସେଥିରେ ଗାଡିର କାଗଜ ପତ୍ର, ନିଜର ଡ୍ରାଇଭିଂ ଲାଇସେନ୍ସ, 2 ହେଲମେଟ ପଲିସି ଇତ୍ୟାଦି l
ହଁ ଆଜ୍ଞା, ବର୍ତ୍ତମାନ ଆସିଯାଇଛି ସରକାରଙ୍କର ଏକ ନୂଆ ନିୟମ l ନିୟମଟି ଏହି କି ଯେ 15 ବର୍ଷରୁ ଉର୍ଦ୍ଧ ଗାଡିକୁ ଭାଙ୍ଗିଦେବ ସରକାର l ଗାଡିକୁ ନଚଳାଇ ଆପଣ ଯଦି ଘରେ ବି ସାଇତିକି ରଖିଛନ୍ତି ତେବେ ବି ଗାଡି କୁ ଭାଙ୍ଗିବେ ଆମ ସରକାର l
 ବୋଧ ହୁଏ 15 ବର୍ଷରୁ ଉର୍ଦ୍ଧ ଗାଡି ଆମ ପରିବେଶ ଉପରେ କିଛି କୁ ପ୍ରଭାବ ପକାଉଛି l ଆମ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି କିମ୍ବା ତାର ଶବ୍ଦ ଆମ ବାୟୁ ମଣ୍ଡଳରେ ଶବ୍ଦ ପ୍ରଦୂଷଣର ଆଶଙ୍କା ସୃଷ୍ଟି କରୁଥାଇପାରେ l
ହେଲେ ଏବେ ସୁଦ୍ଧା ଏହି ନିୟମର ସଠିକ କାରଣ ମାନନୀୟ ସରକାରଙ୍କ ଦ୍ୱାରା ସ୍ପଷ୍ଟ ହେଇ ନାହିଁ l ରାଜ୍ୟରେ ଚାଲିପାରିବନି ଆଉ 15 ବର୍ଷରୁ ଅଧିକ ଥିବା ଗାଡି l
 ଆସନ୍ତା ମାସ ମାର୍ଚ୍ଚ 15 ସୁଦ୍ଧା ଲାଗୁ କରାଯିବ ଆମ ରାଜ୍ୟ ସରକାରଙ୍କର ଏହି ନୂଆ ନିୟମ l ଏକଥା ଗୁରୁବାର ଆମ ବିଧାନ ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ନିଜ ଉତ୍ତର ରଖିବା ସମୟରେ ସୂଚନା ଦେଇଛନ୍ତି l
ରାଜ୍ୟ ସାରା ପ୍ରାୟ 20 ଲକ୍ଷ 48 ହଜାର 500 ଗାଡି 15 ବର୍ଷରୁ ଉର୍ଦ୍ଧ ଦେଖିବାକୁ ମିଳେ l ସେଥିରୁ 10 ଲକ୍ଷ 99 ହଜାର 351 ଦୁଇ ଚକିଆ ଯlନ ବା ମଟର ସାଇକେଲ ଦେଖିବାକୁ ମିଳେ l
ଏସବୁ ଗାଡି ସ୍କ୍ରାପ୍ଟ ନୀତି ଅନୁଯାୟୀ ନଷ୍ଟ କରାଯିବ l ତେଣୁ ଏହି ସମ୍ବାଦରେ ସାରା ରାଜ୍ୟ ବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି l କାରଣ ଏତେ ପରିଶ୍ରମ କରି ଅର୍ଥ ଯୋଗାଡ କରି ଗାଡି କିଣିଲାପରେ 15 ବର୍ଷ ହେଲେ ତାକୁ ନଷ୍ଟ କରିବାକୁ ହେବ l
ପୁଣି ନିଜ ପାଇଁ ନୂଆ ଗାଡି ପାଇଁ ଅର୍ଥ କେଉଁଠୁ ଆସିବା???? ଏହି ପରି ପ୍ରଶ୍ନ ଘେରରେ ଏବେ ସାରା ରାଜ୍ୟ ବାସୀ ସରକାରୀ ନିୟମରେ କିଛି ବ୍ୟତିକ୍ରମ ର ଆଶା ରଖିଛନ୍ତି l