Movie prime

ଗୀତ ଚୋରି ଅଭିଯୋଗ ରେ Pabitra entertainment ମୁଖ୍ୟ ଗିରଫ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହାକି, ଗୀତ ଚୋରୀ କରି ଗିରଫ ହେଲେ ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ।
କିଛି ବର୍ଷ ପୂର୍ବରୁ ଓଡ଼ିଆ ଅଲବମ ଜଗତରେ କିଛି ପ୍ରେମ, ପ୍ରତାରଣା ଆଲବମ ଓଡ଼ିଆ ସଂଗୀତ ଦୁନିଆରେ ଚହଳ ପକାଇଥିଲା। ସେଥିମଧ୍ୟରୁ ଗୋଟିଏ ଗୀତ ଥିଲା 'କେତେ ଥର ହୃଦୟ ମୋ ଭାଙ୍ଗିବ କୁହ'। 
ଏହି ଗୀତ ଗାଇଥିଲେ ରଞ୍ଜନ ଗାହଣ। ହେଲେ ଏହି ଗୀତ ଭଳି ୩୨ଟି ଗୀତକୁ ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ ଚୋରି କରିଥିବା ଅଭିଯୋଗ ହୋଇଛି।
ତେବେ ଅଭିଯୋଗ ପରେ ଗୀତ ଚୋରି ମାମଲାରେ ପବିତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ତଦନ୍ତ ବେଳେ ଜଣା ପଡିଛି ଦୀର୍ଘ ୧୦ ବର୍ଷ ଧରି ପବିତ୍ର ରଞ୍ଜନଙ୍କ ଗୀତ ଚୋରି କରିଥିଲେ। 
ଏନେଇ ରଞ୍ଜନ ପୂର୍ବରୁ ଅଭିଯୋଗ କରିଥିଲେ ହେଲେ ନ୍ୟାୟ ମିଳିନଥିଲା। ପରେ ସେ କୋର୍ଟର ଆଶ୍ରୟ ମଧ୍ୟ ନେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ପବିତ୍ରଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ।
ପବିତ୍ର ନାୟକ ଏ ଘଟଣାକୁ ଖଣ୍ଡନ କରିଥିବା ସୂଚନା ମିଳିଛି। ତାଙ୍କ କହିବାନୁଯାୟୀ ୧୨ ବର୍ଷ ତଳେ ଗୀତ ସମ୍ପର୍କରେ କଥା ହୋଇଥିଲେ ଗୀତର ପ୍ରଯୋଜକ। ପବିତ୍ର ଏଣ୍ଟରଟେନମେଣ୍ଟକୁ ଏନଓସି ମଧ୍ୟ ଦେଇଥିଲେ। 
ଏନଓସିରେ ଉଲ୍ଲେଖ ଥିଲା ଗୀତକୁ ପବିତ୍ର ଏଣ୍ଟରଟେନମେଣ୍ଟ ଡିଜିଟାଲ ମୋଡରେ ପ୍ରମୋଶନ କରିପାରିବ। ତେଣୁ ଆମେ ପ୍ରମୋଶନ କରି ଗୀତକୁ ହିଟ୍ କରିଥିଲୁ ବୋଲି ପବିତ୍ର ନାୟକ କହିଥିଲେ।
ତେବେ ଗୀତ ରିଲିଜ୍ ହେବା ପୂର୍ବରୁ ଗୀତ ହିଟ୍ ହେବ କି ନହେବ ସେନେଇ ଦ୍ୱନ୍ଦରେ ଥିଲେ ପ୍ରଯୋଜକ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।