Movie prime

ବଡ଼ ଖବର : ଗୋପାଳ ର ଝିଆରୀ ଯାଉଥିଲା ନବ ଙ୍କ ପାଖକୁ, ଆଉ ଗୋପାଳ କୁ ଚାପୁଡ଼ା ମାରିଥିଲା ନବ ଆଉ ସେବେଠୁ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ଖବର ଦେବା ପାଇଁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ନବ ଦାସ ଙ୍କ ହ-ତ୍ୟା ପରେ ଏବେ ଦିନକୁ ଦିନ ନୁଆ ନୁଆ ଘଟଣା ମାନ ସାମ୍ନାକୁ ଆସିବାରେ ଲାଗିଛି।
ବର୍ତ୍ତମାନ ଏହା ଖବର ଆସି ପହଞ୍ଚିଛି କି ନବ ଦାସ୍ ଙ୍କ ନିକଟକୁ ଯାଉଥିଲେ ଗୋପାଳ ଙ୍କ ଝିଆରୀ। ସେ ନବ ଦାସ ଙ୍କ ନିକଟକୁ ମଧ୍ଯ ବାରମ୍ବାର ଯାଉଥିଲେ। ନବ ଦାସ୍ ମଧ୍ୟ ଏଥିରେ ରାଗି ଯାଇ ଗୋପାଳ ଙ୍କୁ ଚାପୁଡା ମାରିଛନ୍ତି।
ଦିନକୁ ଦିନ ଏହି ଘଟଣାର ରହସ୍ୟ ମାନ ମଧ୍ଯ ଖୋଲିବାକୁ ଲାଗିଛି। ନବ ଦାସ୍ ଙ୍କ ହ-ତ୍ୟା ମାମଲା କୁ ନେଇ କୌଣସି ତଥ୍ଯ ନମିଳିଥିବା ବେଳେ ଏବେ ଏଭଳି କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି।
ନବ ଦାସ୍ ଙ୍କ ପାଖକୁ ଏଏସଆଇ ଗୋପାଳ ଙ୍କ ଝିଆରୀ ଚାକିରୀ ମାଗିବା ପାଇଁ ଯାଉଥିଲେ। ଗୋପାଳ ନବ ଦାସ ଙ୍କ ନିକଟକୁ ଚାକିରୀ ମାଗିବା ପାଇଁ ତାର ଝିଆରୀ କୁ ପଠାଇ ଥିଲା। ଦିନେ କି ଦୁଇ ଦିନ ନୁହେଁ ଏଭଳି ବାରମ୍ବାର ଚାକିରୀ ମାଗିବାକୁ ଯାଉଥିଲେ ଗୋପାଳ ଙ୍କ ଝିଆରୀ।
ଯାହାଫଳରେ କି ବିରକ୍ତ ହୋଇ ଗୋପାଳ ଙ୍କୁ ଚାପୁଡା ମାରିଥିଲେ ନବ ଦାସ୍। ଆଉ ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଗୋପାଳ ଅନେକ ଦିନ ଧରି ଅପେକ୍ଷା ମଧ୍ୟ କରିଥିଲେ।
ଏଭଳି କିଛି କଥା କହି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି କଂଗ୍ରେସ ର ବିଧାୟକ ଦଳ ର ନେତା ନରସିଂହ ମିଶ୍ର। ଏହି ହ-ତ୍ୟା ପଛରେ ଏକ ରାଜନୈତିକ ଷଡ଼ଯନ୍ତ୍ର ଥାଇ ପାରେ ବୋଲି କହିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି କି ସେହି ଝାରସୁଗୁଡ଼ା ରେ ହିଁ ,
ଜଣେ ପୂର୍ବତନ ମନ୍ତ୍ରୀ ଓ ନବ ଙ୍କ ଶତ୍ରୁତା ରହିଥିଲା। ଯାହାର ପ୍ରତିଶୋଧ ନେବା ପାଇଁ ଏଭଳି ହ-ତ୍ୟା ର ଷଡ଼ଯନ୍ତ୍ର ରଚିଥାଇ ପାରନ୍ତି ବୋଲି କହିଛନ୍ତି ନରସିଂହ।
ହେଲେ ନରସିଂହ ଙ୍କ ଏହି କଥା କେତେଦୂର ସତ ଓ କେତେଦୂର ମିଛ ତାହା ଏହି ଘଟଣାର ସଠିକ ଭାବରେ ତଦନ୍ତ ପରେ ହିଁ ଜଣା ପଡିବ। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି। ତେବେ ଦେଖାଯାଉ ଏହି ଘଟଣାର ସତ୍ୟାସତ୍ୟ କେବେ ବାହାରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.