Movie prime

ଲାଗି ପଡ଼ି ଅର୍ପଣ ରଥ ଆଳ ରେ ଗୁଆ ଆଉ ଚାଉଳ ସଂଗ୍ରହ କଲେ, ହେଲେ ଏବେ ଯାଏଁ ଜଗନ୍ନାଥ ଙ୍କ ମନ୍ଦିର ରେ ସେସବୁ ପହଞ୍ଚିନି.. ଗଲା କୁଆଡେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅର୍ପଣ ରଥରେ ଚାଉଳ ସମର୍ପଣ କରାଯାଇ ଥିଲା। ଆଉ ମାଲକାନଗିରି ସଦର ମହକୁମା ରେ ମଧ୍ୟ ଚାଉଳ ସଂଗ୍ରହ କରାଯାଇ ଥିଲା।
Special Report
ସେଠାକାର ଜଗନ୍ନାଥ ମନ୍ଦିରରେ ମ୍ୟୁନିସପାଲିଟି ରୁ ଯେଉଁ ଚାଉଳ ସଂଗ୍ରହ କରାଯାଇ ଥିଲା ଓ ଅର୍ପଣ ରଥରୁ ସଂଗ୍ରହ କରାଯାଇ ଥିଲା ତାହା ସେହି ଜଗନ୍ନାଥ ମନ୍ଦିରରେ ହିଁ ରଖା ଯାଇଛି। ସେହି ହାଣ୍ଡି ଗୁଡିକରେ ମଧ୍ୟ ଚାଉଳ ଗୁଆ ଓ ସିନ୍ଦୂର ମଧ୍ୟ ରଖା ଯାଇଛି।
ଯାହା ଲୋକମାନେ ମଧ୍ୟ ଦକ୍ଷିଣା ଭାବରେ ଦାନ କରିଥିଲେ ତାହା ମଧ୍ୟ ସେଠାରେ ସବୁ ଥୁଆ ହୋଇଛି। ସମସ୍ତ ହାଣ୍ଡି ଗୁଡିକରେ ଚାଉଳ ସେଭଳି ଭାବରେ ହିଁ ରଖା ଯାଇଛି। ଏଭଳି ଖୋଲା ଚାଉଳ ସହ ଜରିରେ ମଧ୍ୟ ଚାଉଳ ସଞ୍ଚୟ କରି ରଖା ଯାଇଛି।
ଏଭଳି ଚାଉଳ ସହ ସେଥିରେ ଗୁଆ ମଧ୍ୟ ରଖା ଯାଇଛି। ବିଭିନ୍ନ ମନ୍ଦିର ଗୁଡିକରେ ମଧ୍ୟ ଏହି ଚାଉଳ ଗୁଡ଼ିକୁ ରଖା ଯାଇଛି। ପଞ୍ଚାୟତ ଅଧିକାରୀ ମାନେ ମଧ୍ୟ କହିଛନ୍ତି କି ଏନେଇ କିଛି ନିର୍ଦ୍ଦେଶ ଆସି ନାହିଁ।
Special Report
ଏହି ଚାଉଳ ଏବେ କଣ ହେବ ବୋଲି ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଲୋକମାନେ ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରି ଥିବାର ନଜର ଆସିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାପ୍ରଣ ହୋଇଥିବା ବେଳେ ଏହି ଚାଉଳ ଏବେ ମଧ୍ୟ ଯାଇ ପାରିଲା ନାହିଁ।
ଏହି ଚାଉଳ କଣ ହେବ ତାହା ମଧ୍ୟ ଜଣା ନାହିଁ। ଲୋକମାନେ ଯେଉଁ ୧୫ ଦିନ ବୁଲି ବୁଲି କଷ୍ଟ କଲେ ତାହା କଣ ହେବ ସେମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଛନ୍ତି।
ଯେଉଁମାନେ ଏହି ଚାଉଳ ଆଦାୟ କରିଥିଲେ ସେମାନେ ମଧ୍ୟ ଏନେଇ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। ସାହି ସାହି ବୁଲି ସେମାନେ ଏହି ଚାଉଳ ଆଣିଥିଲେ ମଧ୍ୟ ଏବେ ଏହା କୌଣସି କାମରେ ମଧ୍ୟ ଲାଗି ପାରୁ ନାହିଁ।
ଏହି ଚାଉଳ ଯିବ ନା ଆଗକୁ କଣ ହେବ ସେକଥା ସେମାନେ ସଠିକ୍ ଭାବରେ କହି ପାରୁ ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.