Movie prime

Odisha ଝିଅ ର ପ୍ରେମ ରେ ହରିୟାଣା ରୁ ଆସିଗଲେ ଯୁବତୀ, ବାହା ହେବାକୁ ଧରିଛନ୍ତି ଜିଦ୍ ଶେଷରେ ପରିବାର ଲୋକେ ଡାକିଲେ ପୋଲିସ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅଧିକାଂଶ ପୁଅ ମାନେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଲଭ୍ ପାଇଁ ବାହାର ଦେଶରୁ ଧାଇଁ ଆସନ୍ତି। ହେଲେ ଏଠି ପୁଅ- ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିନାହିଁ ବରଂ ଦୁଇ ଝିଅଙ୍କ ମଧ୍ୟ ପ୍ରେମ ଗଢ଼ି ଉଠିଛି।
ଏମିତି କା ପ୍ରେମଯେ, ହରିୟାଣାରୁ ସିଧା ଓଡ଼ିଶା ଆସିଲେ ଯୁବତୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅର୍ନ୍ତଗତ ଶଙ୍ଖାରି ଅଞ୍ଚଳରେ ଘଟିଛି। 
ସୂଚନା ଅନୁସାରେ, ଶଙ୍ଖାରି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ହରିୟାଣା ସୋନିପଥ ଥାନା ଅନ୍ତର୍ଗତ ତାଜପୁର ଅଞ୍ଚଳର ୨୦ ବର୍ଷୀୟା କାଜଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇନ୍‌ଷ୍ଟାଗ୍ରାମରେ ଉଭୟଙ୍କ ପରିଚୟ ହୋଇଥିଲା।
Special Report
ଏହାପରେ କଥାବାର୍ତ୍ତା ବଢିଥିଲା। କିଛିଦିନ ପରେ ପ୍ରେମରେ ପରିଣତ ହୋଇଯାଇଥିଲା। ଆଉ ଏହି ପ୍ରେମରେ ପାଗେଳୀ ହୋଇ ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। 
ଦୁହିଁଙ୍କ ମଧ୍ୟରେ ବର୍ଷେ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ କାଜଲ ସମ୍ପୃକ୍ତ ନାବାଳିକାଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ଟ୍ରେନରେ ଦୀଘା ପହଞ୍ଚିଥିଲେ ଓ ପରେ ଏକ ଅଟୋରେ ନାବାଳିକାଙ୍କ ପାଖକୁ ଯାଇଥିଲେ।
ବଡପାହି ଗାଁରେ ଉଭୟଙ୍କ ଭେଟ ହୋଇଥିଲା। ସେଠାରୁ ନାବାଳିକାକୁ ଧରି କାଜଲ ଚମ୍ପଟ ମାରିବାବେଳେ ପରିବାର ଲୋକଙ୍କ ହାବୁଡ଼ରେ ଉଭୟେ ପଡ଼ିଯାଇଥିଲେ। 
ଉଭୟଙ୍କୁ ଆଣି ପରିବାର ଲୋକେ ଚନ୍ଦନେଶ୍ୱର ଫାଣ୍ଡିରେ ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ବିଶ୍ୱନାଥ କର କାଜଲଙ୍କ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ।
ପୋଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ କାଜଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।