Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ଜାନୁଆରୀ ମାସରେ ହେବ ପ୍ରବଳ ବର୍ଷା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବର୍ଷ ଜାନୁଆରୀ ରେ କମ୍ ଶୀତ ଅନୁଭୂତ ହେବ। ରାତିର ତାପମାତ୍ରା ସ୍ଵାଭାବିକ ତୁଳନାରେ ଅଧିକ ରହିବ। ଭାରତୀୟ ପାଣିପାଗକେନ୍ଦ୍ର ଆକଳନ କରିଛି ଯେ ଜାନୁଆରୀ ମାସ ପାଇଁ ଶୀତ କମ୍ ହେବ। ଉତ୍ତର ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ବେଶୀ।
Special Report
ଏହି ମାସରେ ରାଜ୍ୟର ଶିତର ଲହରୀ ସ୍ଥିତି ବିଲକୁଲ ରହିବ ନାହିଁ। ଉତ୍ତର ଭାରତର କିଛି ଅଂଶକୁ ଛାଡ଼ି ବାକି କିଛି ଦେଶର ସବୁ ସ୍ଥାନରେ ରାତିର ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବ ବୋଲି କୁହାଯାଇଛି। 
ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ।
Special Report
ସେପଟେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୁଭୂତ ହେଉଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। 
କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ସୋନପୁର, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି।
Special Report
ଆଜି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସବୁଠାରୁ କମ୍ ବା ୭.୫ ଡିଗ୍ରୀ ଥିବା ବେଳେ, ଦାରିଙ୍ଗବାଡିରେ ୮.୫, ଜିଉଦୟଗିରିରେ ୯.୨, କିରେଇରେ ୧୦.୩, ଫୁଲବାଣୀରେ ପରାଦ ୧୦.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଜାନୁୟାରୀ ମାସରେ ଶୀତ କମିବ କୁହୁଡି ବଢିବ। 
ଏବଂ ବର୍ଷ ହେବାର ସମ୍ଭାବନା ରହିଛି ଏମିତି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଇନଜୀବର ପୂର୍ବାନୁମାନ ଅନୁସାରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ରାତିର ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ବେଶୀ।
ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରାୟ ସମାନ ସ୍ଥିତି ରହିବ। ଜାନୁୟାରୀ ମାସରେ ରାଜ୍ୟରେ ଶୀତ ବେଶି ପଡ଼ିବ ନାହିଁ। ସେହିପରି ଜାନୁୟାରୀ ମାସରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ପୂର୍ବାନୁମାନ କରିଛି ଆଇଏମଡି।