Movie prime

ମେଡିକାଲ୍ ରେ ବିଷ ପିଆ ରୋଗୀ କୁ ଅଣଦେଖା କରିବାରୁ..ଡାକ୍ତର ବାବୁ ଙ୍କ କର୍ଣ୍ଣ ମୁଣ୍ଡା କୁ ସେକି ଦେଇ ଗଲେ ପରିବାର ଲୋକେ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରୋଗୀ ମୃ-ତ୍ୟୁ କୁ ନେଇ ମେଡିକାଲ ରେ ଘଟି ଯାଇଛି ତୁମୁଳ କାଣ୍ଡ। ଏନେଇ ଡ଼ାକ୍ତର ଙ୍କୁ ନିର୍ଦ୍ଧୁମ ଭାବରେ ପିଟିବାରେ ଲାଗିଛନ୍ତି ପରିବାର ଲୋକେ।
ଏହି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲାର, ଜଳେଶ୍ଵର ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କ କବଳରୁ ଡ଼ାକ୍ତର ଙ୍କୁ ଉଦ୍ଧାର କରିଛି। ମିଳିଥିବା ସୁଚନା ମୁତାବକ ଘରୋଇ କଳହରୁ ଜଳେଶ୍ଵର ଥାନା ଅନ୍ତର୍ଗତ,ଚକହରି ଗ୍ରାମର,
Bb
ଉମେଶ ଓଝା ବିଷ ପିଇ ଦେଇଥିଲେ। ସେଥିପାଇଁ ସେ ଗୁରୁତର ଭାବରେ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ହେଲେ ସେତେବେଳେ କାର୍ଯ୍ୟରତ ଡ଼ାକ୍ତର ଦିଲୀପ ପାତ୍ର ରୋଗୀ ଦେଖିବାରେ ଅବହେଳା କରିଥିଲେ।ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।ସେମହେ କହିଥିଲେ କି ଏଥିପାଇଁ ରମେଶ ଙ୍କ ମୃ-ତ୍ୟୁ ଘଟିଛି।
ଆଉ ମୃ-ତ୍ୟୁ ଖବର ପ୍ରକାଶ ପାଇବା ପାରେ ମେଡିକାଲ ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେଥିପାଇଁ ମୃ-ତ-କ ଙ୍କ ସମ୍ପର୍କୀୟ ମାନେ ମଧ୍ୟ ଡ଼ାକ୍ତର ଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
Hh
ସେଥିପାଇଁ ଡ଼ାକ୍ତର ପାତ୍ର ମଧ୍ୟ ଆହତ ହୋଇ ଯାଇଥିଲେ। ଖବର ପାଇ ଜଳେଶ୍ଵର ଥାନା ପୋଲିସ ମେଡିକାଲ ରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥି ସହ ସେ ଉତ୍ୟକ୍ତ ଲୋକଙ୍କୁ ମଧ୍ୟ ବୁଝା ସୂଝା କରିଥିଲେ।
ଅନ୍ୟ ପକ୍ଷରେ ଆହତ ହୋଇଥିବା ଡ଼ାକ୍ତର ଙ୍କୁ ବାଲେଶ୍ଵର ରେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇ ଥିଲା। ହେଲେ ଏନେଇ ଥାନାରେ କୌଣସି ମାମଲା ହୋଇ ନାହିଁ। ଏହି ମାଡ଼ ନେଇ ମଧ୍ୟ ଡ଼ାକ୍ତର ପାତ୍ର ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ଏହା ଆମେ ଆପଣଙ୍କୁ ଅନୁରୋଧ କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.