Movie prime

ଆହୁରି ଲଗାତାର ୨ ଦିନ ଓଡ଼ିଶା ରେ ବର୍ଷା ଛେଚିବ ପାଗ କୋହଲା ସାଙ୍ଗକୁ ପଢିପାରେ କୁଆ ପଥର..

 
Gg
ନମସ୍କାର ପଠକ ବନ୍ଧୁ। ବନ୍ଧୁଗଣ ଉତ୍ତର ଓଡ଼ିଶାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି। ଏଥିସହ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିଥିବାରୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି।
ଉଭୟ ନିମ୍ନଚାପ ରେଖା ଓ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେଉଛି।ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବା ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି।
Hh
ଭୋର ସମୟରେ ହୋଇଥିବା କାଳବୈଶାଖୀ ଦ୍ବାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୩୨.୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୩.୮, ବାଲେଶ୍ବରରେ ୧୩, ଯାଜପୁରରେ ୧୦, ଦେବଗଡ଼ରେ ୮.୪, ରାଉରକେଲାରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି।
ଚାନ୍ଦବାଲି, ଭୁବନେଶ୍ବର, ବାରିପଦା, କେନ୍ଦୁଝରଗଡ଼, ଭଦ୍ରକର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ମଙ୍ଗଳବାରଠାରୁ କାଳବୈଶାଖୀ ପ୍ରଭାବ ବଢ଼ିବ। ବାୟୁମଣ୍ଡଳର ମଧ୍ୟ ଭାଗରୁ ଉପରି ଭାଗ ମଧ୍ୟରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି।
Gg
ଯାହାକି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ଆସି ଅଧିକ ପ୍ରତିକ୍ରିୟାଶୀଳ ହେବା ଦ୍ବାରା ଅତ୍ୟଧିକ ମାତ୍ରାରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ସହ କିଛି ଜିଲ୍ଲାରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ରହିପାରେ।
ଏଥିସହ ଝଡ଼ିବର୍ଷା, କୁଆପଥର ବର୍ଷା ମଧ୍ୟ ହୋଇପାରେ। ସ୍ଥାନେ ସ୍ଥାନେ ୭ରୁ ୧୧ ସେମି ପ୍ରବଳ ବର୍ଷା ହେବାକୁ ଥିବାରୁ ୧୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅବଶିଷ୍ଟ ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.