Movie prime

ମେଣ୍ଟ ଖବର ଭିତରେ ସିଦ୍ଧାନ୍ତ ଙ୍କୁ ନେଇ ଆସିଲା ବଡ଼ ଖବର..ବ୍ରହ୍ମପୁର ରୁ କଂଗେସ ତରଫରୁ ଲଢ଼ିବେ ସିଦ୍ଧାନ୍ତ??

 
Gf
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ତେବେ ବନ୍ଧୁଗଣ ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଶେଷ କରି ଲୋକସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ପ୍ରାଥୀ ହେବେ ସେନେଇ ଚାଲିଛି ଅଙ୍କ କସା। ଯଦିଓ ବର୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ଲୋକସଭା ଆସନ ପାଇଁ ପାର୍ଥି ତାଲିକା ଚୂଡାନ୍ତ ହୋଇନି କିନ୍ତୁ ଚର୍ଚ୍ଚା ହୋଇଛି।
ଏହାରି ଭିତରେ ଭାଇରାଲ ହେଉଛି ରାଜ୍ୟ ସଭାର ଏକ ସମ୍ଭାବ୍ୟ କଂଗ୍ରେସର ଲୋକସଭା କ୍ଷେତ୍ରର ପାର୍ଥୀ ତାଲିକା। ବିଶେଷକରି ଗଞ୍ଜାମ ଜିଲ୍ଲା ଉପରେ ରହିଛି ରାଜ୍ୟର ସବୁଦଳର ନଜର।
Hh
ଦୁଇଟି ଲୋକସଭା ଆସନ ରହିଛି। କଂଗ୍ରେସ ଟିକେଟରୁ ବ୍ରହ୍ମପୁରର ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି। ଭାଇରାଲ ହେଉଥିବା ଏକ ଚିଠିରେ ମଧ୍ୟ ବ୍ରହ୍ମପୁରରୁ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ରହିଛି।
ବିଜୁଜନିତ ଦଳରେ ରହିଛନ୍ତି ସିଦ୍ଧାନ୍ତ। କିନ୍ତୁ ଦଳୀୟ କାର୍ଯ୍ୟରେ ତାଙ୍କର ଯୋଗଦାନ ଦେଖିବାକୁ ମିଳୁନାହିଁ। ପ୍ରଥମେ ୨୦୦୯ରେ ବିଜେଡ଼ିରୁ ଟିକେଟ ପାଇ ୩ ଲକ୍ଷରୁ ୧୯ ହଜାରରୁ ଅଧିକ ଭୋଟ ହାତେଇ ଜିତିଥିଲେ ସିଦ୍ଧାନ୍ତ।
ତେବେ କଂଗ୍ରେସରୁ ସିଦ୍ଧାନ୍ତଙ୍କ ସହ ଗଣ୍ଡଗୋଳ କରି ହାରିଥିବା ଚନ୍ଦ୍ରଶେଖର ସାହୁ ବିଜେଡିରେ ସାମିଲ ହେବା ପରେ ୨୦୧୯ରେ ତାଙ୍କୁ ଦଳୀୟ ଟିକେଟ ମିଳିଥିଲା। ଆଉ ତାପରେ ସେଥିରୁ ହଟି ଯାଇଥିଲେ ସିଦ୍ଧାନ୍ତ ମହାପାତ୍ର।
ପୁଣି ସିଦ୍ଧାନ୍ତ ବ୍ରହ୍ମପୁର ଓ ଭୋପାଳପୁର କିଛି ଅଞ୍ଚଳ ଗ୍ରସ୍ତ କରି ଚର୍ଚ୍ଚାକୁ ଆସିଥିଲେ। ଏବେ କୁହାଯାଉଛି ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ ଦେବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି।