Movie prime

ଆଗାମୀ ୪୮ ଘଣ୍ଟା ଏହିସବୁ ଜିଲ୍ଲାରେ ପ୍ରବଳ ଖରା ଦେଖନ୍ତୁ ଘରୁ ବାହାରିଲେ ବିପଦ ଏହିସବୁ ଜିଲ୍ଲାକୁ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାତି ପାହିଲା ବେଳକୁ ଗୁଳୁଗୁଳି, ଘଣ୍ଟାଏ ପରେ ଆରମ୍ଭ ହୋଇଯାଉଛି ଗରମ। ଦିନ ବଢ଼ିବା ସହ ବଢୁଛି ତାତି। ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ଯାଉଛି।
ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରିଛି। ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସତର୍କ କରାଇ ଦେଇଛି। ବନ୍ଧୁଗଣ ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। 
Bh
ଅସହ୍ୟ ତାତି, ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ। ଓଦା କପଡ଼ା ଓ ଛତା ଧରି ବାହାରକୁ ବାହାରୁଛନ୍ତି। ଖରାରୁ ରକ୍ଷା ପାଇବା ପାଇଁ ଲସି, ଆଖୁରସ ଆଦି ଦୋକାନରେ ଲୋକଙ୍କ ଭିଡ଼ ଲାଗୁଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ବାଲେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୧.୨ ଡିଗ୍ରୀ , କଟକରେ ୪୧.୪ ଡିଗ୍ରୀ , ଅନୁଗୋଳରେ ୪୩.୩ ଡିଗ୍ରୀ , ବାରିପଦାରେ ୪୨.୬ଡିଗ୍ରୀ। 
ଆଉ ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ , କେନ୍ଦୁଝରଗଡ଼ରେ ୪୦.୯ ଡିଗ୍ରୀ , ସମ୍ବଲପୁରରେ ୪୨.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪, ହୀରାକୁଦରେ ୪୧.୬, ତାଳଚେରରେ ୪୨.୨, ଭବାନୀପାଟଣାରେ ୪୨, ଫୁଲବାଣୀରେ ୪୦.୪, ଟିଟିଲାଗଡ଼ରେ ୪୨.୫,
Hh
ମାଲକାନଗିରିରେ ୪୨.୫, ସୋନପୁରରେ ୪୦.୭, ନୟାଗଡ଼ରେ ୪୨, ଛତ୍ରପୁରରେ ୪୦.୮, ପାରଳାଖେମୁଣ୍ଡିରେ ୪୧.୮, ଭଦ୍ରକରେ ୪୧, ଯାଜପୁରରେ ୪୧.୮, ଢେଙ୍କାନାଳରେ ୪୨, ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୨.୨, ନବରଙ୍ଗପୁରରେ ୪୧।
ଏବଂ ଖୋର୍ଦ୍ଧାରେ ୪୨.୫, ଜଗତସିଂହପୁରରେ ୪୨.୩, କେନ୍ଦ୍ରାପଡ଼ାରେ ୪୧.୪ ଓ ରାଉରକେଲାରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,
ଆସନ୍ତା ୩ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ୨୨ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.