Movie prime

ଜଗା ର ମୁଣ୍ଡ ରେ ହେଇଗଲା ମାଡ଼: ଥାନା ରେ ଏତଲା ଦେଲେ ବାପା ମା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କନ୍ଧମାଳ ର ସେହି ଯୋଡ଼ା ମୁଣ୍ଡ ଶିଶୁ କଥା ବେଶ ଭଲ ଭାବରେ ଜାଣିଥିବେ। ଜଗା ବଳିଆ ଦୁଇ ଭାଇଙ୍କ ଯୋଡ଼ା ମୁଣ୍ଡ ଥିବା ବେଳେ ଦୁହିଁଙ୍କ ମୁଣ୍ଡ କୁ ଅପରେସନ ମାଧ୍ୟମରେ ଅଲଗା କରାଯାଇ ଥିଲା।
ଆଉ ଏହାପରେ ବଳିଆ ଅସୁସ୍ଥ ହୋଇ ମୃ-ତ୍ୟୁ ବରଣ କରିଥିଲା। ଜାଗା ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛି। ହେଲେ ଏବେ ଜଗା କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି।
Special Report
ଜଗା ର ମୁଣ୍ଡ କୁ ମାଡ଼ ମରାଯାଇଥିବା ଅଭିଯୋଗ କରାଯାଇଛି। ଜଗା ଙ୍କ ବାପା ଭୂୟାଁ କହଁର ଏନେଇ ଅଭିଯୋଗ କରିଛନ୍ତି। ସେ କହିଥିଲେ କି ଜାଗା କୁ ନେଇ ସେ ଡାକ୍ତରଖାନା ଯାଇଥିଲେ
ମାତ୍ର ସେଠାରେ ମେଡିକାଲ ଭିତରେ ବୁଲୁଥିବା ସମୟରେ ଜଣେ ଯୁବକ ଆସି ତାଙ୍କୁ ଖୁବ୍ ଗାଳି ଗୁଲଜ କରିଥିଲା। ଏହାପରେ ସେ ଭୂୟାଁ ଙ୍କୁ ମାଡ଼ ମଧ୍ୟ ମାରିଥିଲା। ସେହି ସମୟରେ ଜଗା ତାଙ୍କର ବାପାଙ୍କ ସହ ସେଠାରେ ଥିଲେ।
ଆଉ ଯେତେବେଳେ ସେ ଏହି ସବୁ ଦୃଶ୍ୟ ନିଜ ଆଖିରେ ଦେଖିଥିଲେ ସେତେବେଳେ ସେ ଖୁବ୍ କାନ୍ଦିବାକୁ ଲାଗିଥିଲେ। କାରଣ ଉକ୍ତ ଯୁବକଙ୍କ ଏଭଳି ବ୍ଯବହାର ଦ୍ବାରା ସେ ଡରି ଯାଇଥିଲେ।
Special Report
ଏହାପରେ ଯୁବକ ଜଣକ ଜାଗା ଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଉକ୍ତ ଯୁବକ ଜଣକ ଜଗା ର ମୁଣ୍ଡ କୁ ମଧ୍ୟ ମାରିଥିଲେ। ଯାହା ଫଳରେ କି ଜାଗାର ମୁଣ୍ଡରେ ଆଘାତ ଲାଗିଥିଲା।
ଏନେଇ ଭୂୟାଁ ଟାଉନ୍ ଥାନାରେ ଉକ୍ତ ଯୁବକଙ୍କ ନାମରେ ଏତଲା ଦେଇଥିଲେ। ଏହି ଏତଲା ଅନୁସାରେ ଏବେ ତଦନ୍ତ ହେବାରେ ଲାଗିଛି।
ପୋଲିସ୍ ମଧ୍ୟ ଘଟଣାର ତଦନ୍ତ କରୁଛି ଆଉ ତଦନ୍ତ ପରେ ହିଁ ଜଣା ପଡ଼ିବ କି ଏହା ପଛରେ ଥିବା ପ୍ରକୃତ କାରଣ କଣ।ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।