Movie prime

ଜେଲ୍ ପଠେଇ ଥିଲି, କିନ୍ତୁ ଆଜି ସିନ୍ଦୂର ମାଗୁଛି.. ମତେ କ୍ଷମା କର

 
Special report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ଜଣେ ଯୁବତୀ ତାଙ୍କ ପ୍ରେମିକ କୁ ବାହାହେବା ପାଇଁ ଜିଦ୍ ଧରି ବସି ରହିଛନ୍ତି।ଯୁବତୀ ଙ୍କ ନାମ ହେଉଛି ରଶ୍ମିତା ଏବଂ ତାଙ୍କ ପ୍ରେମିକ ଙ୍କ ନାମ ହେଉଛି ସନାତନ।
ରଶ୍ମିତା ବର୍ତମାନ ସନାତନ ଙ୍କ ଦାଣ୍ଡ ପିଣ୍ଡାରେ ବସି ରହିଛନ୍ତି।କଣ୍ଟା ବଣିଆ ଥାନା ଅନ୍ତର୍ଗତ ଆମ୍ନା ଗ୍ରାମର ରଶ୍ମିତା ସାହୁ ଙ୍କ ର ସଂଜପଡା ଗ୍ରାମର ସନାତନ ସାହୁଙ୍କ ସହିତ ପାଞ୍ଚ ବର୍ଷ ପୂର୍ବେ ସମ୍ପର୍କ ଥିଲା।ଉଭୟ ଉଭୟଙ୍କୁ ଭଲ ପାଉଥିଲେ।
କିନ୍ତୁ ହଠାତ୍ ସନାତନ ଶା-ରୀ-ରି-କ ସଂପର୍କ ରଖିବା ପାଇଁ ରଶ୍ମିତା ଙ୍କୁ ବାଧ୍ୟ କରିଥିଲେ।ଏହାପରେ ରଶ୍ମିତା ସନାତନ ଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।ରଶ୍ମିତା ଅଭିଯୋଗ କରିବା ପରେ ପୋଲିସ ସନାତନ ଙ୍କୁ ଗିରଫ କରିଥିଲେ।
ଏହାପରେ କୋର୍ଟ ଚାଲାଣ ମଧ୍ୟ କରିଛନ୍ତି।ଯାହାଫଳରେ ସନାତନ ଗୋଟିଏ ମାସ ପାଇଁ ଜେଲ ରେ ମଧ୍ୟ ରହିଲେ।ଜେଲ ରୁ ଆସିବା ପରେ ସନାତନ ରଶ୍ମିତା ଙ୍କୁ ଧମକ ଦେଉଥିଲେ।
ରଶ୍ମିତା ଙ୍କ ବାପାଙ୍କୁ ଗାଡ଼ି ଚଢାଇ ମାରିଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇବାର ଧମକ ଦେଉଥିଲେ।ଗତକାଲି ସନାତନ ସାହୁ ଭୋର ୩ ଟା ୩୦ ମିନିଟ ସମୟରେ ରଶ୍ମିତା ଙ୍କ ଘରକୁ ଯାଇ ଫୋନ କରି ଘର ବାଡ଼ି ପଛ ପଟକୁ ଆସିବା ପାଇଁ କହିଥିଲେ।
ଆଉ ରଶ୍ମିତା ସନାତନ ଙ୍କୁ ଦେଖା କରିବାପାଇଁ ଯାଇଥିଲେ।ଉଭୟ ବାଡ଼ି ପଛ ପଟେ ଶା-ରୀ-ରି-କ ସଂପର୍କ ରଖିଥିଲେ।ହେଲେ ହଠାତ୍ ସେହି ଜାଗାରେ ରଶ୍ମିତା ଙ୍କ ବାପା ପହଞ୍ଚି ଯାଇଥିଲେ।
ଏହାପରେ ସନାତନ ରଶ୍ମିତା ଙ୍କ ବାପାଙ୍କୁ ଗାଡ଼ି ଆଣିବାକୁ କହି ଖସି ପଳାଇଲେ।ଅନ୍ୟପଟେ ରଶ୍ମିତା ଲୋକ ଲଜ୍ୟା କୁ ଭୟ କରି,ଆଉ ତାଙ୍କ ଘରେ ତାଙ୍କୁ ମାଡ଼ ମାରିବେ ବୋଲି ଭାବି ସନାତନ ଙ୍କ ଘରକୁ ଚାଲି ଯାଇଥିଲେ।ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ରଶ୍ମିତା ସନାତନ ଙ୍କୁ ବାହାହେବା ପାଇଁ କହିଥିଲେ।କିନ୍ତୁ ସନାତନ ରାଜି ହୋଇ ନଥିଲେ।ଏଥିପାଇଁ ରଶ୍ମିତା ସନାତନ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି।ରଶ୍ମିତା ସିନ୍ଦୂର ପାଇବା ପାଇଁ ଏଭଳି ଉପାୟ କରିଛନ୍ତି।