Movie prime

ଜେଲରୁ ଫେରି କୁଆଡେ ଗଲେ Untalanted Guy ଦେଖନ୍ତୁ ଆଗ ଅପେକ୍ଷାରେ କଣ ଆସିଛି ପରିବର୍ତ୍ତନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତକାଲି ରାତିରେ ଜେଲରୁ ଫେରିଛନ୍ତି ଅନଟ୍ୟାଲେଣ୍ଟଟେଡ ଗାଏ। ତେବେ ଏତେ କମ ବୟସରୁ ୟୁଟ୍ୟୁବ ଇନଷ୍ଟାଗ୍ରମରେ ରାତାରାତି ଭାଇରାଲ ହେଉଥିଲା ଅନଟ୍ୟାଲେଣ୍ଟଟେଡ ଗାଏ।
Special report
ତା'ର କାରଣ ହେଉଛି ସମାଜରେ ଘଟୁଥିବା ଛୋଟ ବଡ ଘଟଣାକୁ ନେଇ ସେଥିରେ ଅ-ଭ-ଦ୍ର ଭାଷା ମିଶାଇ ୟୁଟ୍ୟୁବ ଇନଷ୍ଟାରେ ରୋଷ୍ଟିକ୍ ଭିଡିଓ ଅପଲୋଡ଼ କରୁଥିଲା। ଆଉ ଦେଖି ଦେଖି ସେ ସବୁ ଭିଡିଓ ବି ଭାଇରାଲ ହେବାକୁ ଲାଗୁଥିଲା। କାରଣ ପ୍ରାୟ ସବୁ ଭିଡିଓରେ ଅସଭ୍ୟ ଭାଷା ସାଙ୍ଗକୁ ଅସଭ୍ୟ ଗୀତ ରହୁଥିଲା। 
କିଛି କମ୍ ବୟସର ଯୁବବର୍ଗଙ୍କୁ ଅନଟ୍ୟାଲେଣ୍ଟଟେଡ ଗାଏର ଗାଳି ଆଉ ଅ-ଭ-ଦ୍ର ଭାଷା ଭାରି ପସନ୍ଦ ଆସୁଥିଲା। ତେବେ ଅଭିଯୁକ୍ତ ଉଦିତ ନାୟକ ଅନ୍‌ ଟାଲେଣ୍ଟେଡ ଗାଏ ନାମକ ୟୁଟ୍ୟୁବ ଚାନେଲ ଖୋଲି ସେଥିରେ ଅଶ୍ଳିଳ ଭାଷାରେ ରୋଷ୍ଟିଂ ଭିଡିଓ ସେୟାର କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲା।
Special report
ସେ ପୂର୍ବରୁ ଏକ ହ-ତ୍ୟା ଘଟଣାରେ ଅଭିଯୁକ୍ତ ରହିଥିବା ପୋଲିସ କହିଛି। ତେବେ ବନ୍ଧୁଗଣ ସୂଚନା ଅନୁସାରେ ଉଦୀତ୍‌ ୟୁଟ୍ୟୁବ୍‌ରେ ଅନ୍‌ଟେଲେଣ୍ଟେଡ଼୍‌ ଗାୟ ନାମରେ ଏକ ଚ୍ୟାନେଲ୍‌ ଖୋଲି ସେଥିରେ ଅ-ଶ୍ଳୀ-ଳ ଭାଷା ବ୍ୟବହାର କରି ଭିଡ଼ିଓ ପୋଷ୍ଟ କରୁଥିଲା। 
Special report
ଏହି ପୋଷ୍ଟରେ ମନ୍ଦାରପୁରର ରିଙ୍କୁ ଦାସ କମେଣ୍ଟ ଦେବାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳର ସମାଧାନ କରିବାକୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରେମୁଣା ଗୋଲାଇରେ ମିଟିଂ ବସିଥିଲା।
Special report
ଏହି ସମୟରେ କଥା କଟାକଟିକୁ ନେଇ ଉଦୀତ୍‌ ୧ ରାଉଣ୍ଡ ଫାଙ୍କା ଫୁଟାଇବା ସହିତ ଭୁଜାଲିରେ ଦୁଇଜଣଙ୍କୁ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ-କ-ରି ଫେରାର୍‌ ହୋଇଯାଇଥିଲା। ମ-ର-ଣା-ନ୍ତ-କ ଆ-କ୍ରମ-ଣ-ରେ ରିଙ୍କୁ ଓ ଅମିତ ଗୁରୁତର ଆହତ ହୋଇଥିଲେ। 
ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଉଦୀତ୍‌ ଓ ତାଙ୍କ ସହଯୋଗୀମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍‌ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ।
ଆଉ ଘଟଣାଟି ଯେତେବେଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲା ତା'ପରେ ପୋଲିସ ଅନଟ୍ୟାଲେଣ୍ଟଟେଡ ଗାଏକୁ ଗିରଫ କରିଥିଲା। ଗିରଫ କରିବାର ପାଖାପାଖି ଚାରିମାସରୁ ଊର୍ଦ୍ଧ୍ବ ସମୟ ପରେ ଗତକାଲି କୁଆଡେ ଜେଲରୁ ଫେରିଛି ଅନଟ୍ୟାଲେଣ୍ଟଟେଡ ଗାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.