Movie prime

ଯାତ୍ରା ମାଲିକଙ୍କ ସପକ୍ଷରେ ବାହାରିଲେ ରାଣୀ ପ୍ରିୟଦର୍ଶିନୀ ଦେଖନ୍ତୁ କଣ କହିଲେ ମିଡିଆରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏବେ ଯାତ୍ରା ପାର୍ଟି ଲୋକମାନଙ୍କ ସହିତ ଘଟିଥିବା ଘଟଣା ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଧଉଳି ଗଣନାଟ୍ୟର ଟେକ୍ନିକସିଆନ ମାନଙ୍କର ଦୁର୍ଘଟଣା ବିଷୟରେ ଶୁଣିଥିବେ । ଏହି ଯାତ୍ରା ପାର୍ଟିର ଲୋକମାନେ ଦୁର୍ଘଟଣାର ଶିକାର ହୋଇଥିଲେ କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । 
ସେମାନଙ୍କୁ ଦେଖିବା ପାଇଁ ଧଉଳି ଗଣନାଟ୍ୟର ମ୍ୟାନେଜର କି ମାଲିକ ଯାଇ ନଥିଲେ । ଏବେ ସେହି ଯାତ୍ରା କଥାକୁ ନେଇ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ କିଛି କଥା କହିଛନ୍ତି । ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ ।
Special report
ସେ କହିଛନ୍ତି ଏଠି ସବୁ ସମୟର ଖେଳ । କେତେବେଳେ କାହା ସହିତ କଣ ହେବ କିଏ ଜାଣିଛି । ଗୋଟିଏ ଛୋଟ ପିଲାଟିଏ ମୃ-ତ୍ୟୁବରଣ କରିଥିଲେ । ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଏହି ଅଭିନେତ୍ରୀ ଜଣକ ଆସିଥିଲେ । 
ଏହାସହ ସେ କହିଛନ୍ତି ରାସ୍ତା ଗୁଡ଼ିକର ମରାମତି କରାଯାଉ । ଯେଭଳି ଏଭଳି ଘଟଣା ଘଟିବ ନାହିଁ । ଧଉଳି ଗଣନାଟ୍ୟର ଦୁର୍ଘଟଣା ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆ ଯାଇଥିଲା । ଆଉ ଏହି ଆମ୍ବୁଲାନ୍ସ ଧଉଳି ଗଣନାଟ୍ୟର ମାଲିକ ଆଉ ମ୍ୟାନେଜର କହିବା ପରେ ଆସିଥିଲା ।
Special report
ପ୍ରେସିଡେଣ୍ଟ, ସେକ୍ରେଟାରୀ ଏବଂ ବାପି ଭାଇ ଆଉ ଦୈତାରି ନନା ଏହି ଆମ୍ବୁଲାନ୍ସ ପଠାଇଥିଲେ ବୋଲି ତାଙ୍କ ପାଖରେ ପ୍ରମାଣ ଅଛି ବୋଲି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି । 
ଧଉଳି ଗଣନାଟ୍ୟର ମାଲିକ ଆଉ ମ୍ୟାନେଜର ସବୁ କିଛି ବୁଝାବୁଝି କରିଛନ୍ତି । ସେ ସବୁକିଛି ଦେଖିଛନ୍ତି ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । କେମିତି ଏହି ଗୁରୁତର ଲୋକମାନେ ଚିକିତ୍ସା ହେବେ ଆଉ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନେ କିଭଳି ତାଙ୍କ ଘରେ ପହଞ୍ଚିବେ ସେହି ସବୁ କଥା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି । ଏହାସହ ସେ ଅନେକ କଥା କହିଛନ୍ତି ବୋଲି ଜଣାପଡିଛି ।
ଦୁର୍ଘଟଣା କେତେବେଳେ କାହା ସହିତ ହେବ ସେହି କଥା କେହି ଜାଣି ନାହାନ୍ତି । ସେ କହିଛନ୍ତି ରାଜନୀତି ଅଧିକ ହେଉଛି । ଯେଉଁମାନେ ମାଲିକ ଆଉ ମ୍ୟାନେଜରଙ୍କୁ ଦୋଷ ଦେଉଛନ୍ତି ସେମାନେ ରାଜନୀତି କରୁଛନ୍ତି । ଏଭଳି ଅନେକ କଥା ସେ କହିଛନ୍ତି।