Movie prime

ଯାତ୍ରରୁ ଭଲ ପାଇଥିଲେ ଏବେ ଆଖି ବୁଜିଲେ ଦେଖନ୍ତୁ କେମିତି ଅଚାନକ ଭାବେ ହେଲା ମୃ-ତ୍ୟୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ତ "ଆଶାର ଆଲୋକ" ଧାରାବାହିକ ଦେଖିଥିବେ । ଏହା ବିଚ୍ଛେଦ ହେବାକୁ ଯାଉଥିବା ପତି ପତ୍ନୀଙ୍କୁ ମିଶାଇ ଥାଏ । ଏହି ଶୋ ଓଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥାଏ । ଏହି ଶୋ ରେ ଅନେକ ଲୋକ ଆସିଥାନ୍ତି । 
ଅନେକ ଲୋକ ଏକାଠି ହୋଇ ପୁଣି ତାଙ୍କର ସଂସାର ଗଢ଼ିଥାନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଆପଣମାନେ ସମସ୍ତେ ତ ଏହି ଶୋ ରେ ଜଣେ ଯୁବତୀ କହିଥିବା କଥା ବହୁତ ପରିମାଣରେ ଭାଇରାଲ ହୋଇଥିଲା ତାହା ତ ଜାଣିଥିବେ ।
"ଭଲଟା ଆମେ ଯାତେରାରୁ ପାଇଥିଲୁ" । ଏଭଳି କଥା କହିଥିଲେ ଜଣେ ମହିଳା । "ଆମେ ତ ଭଲପାଇ ପଳେଇଲୁ ଶେଷରେ ବଡମା ଆଉ ତାକୁ ଦୋଷ ଦେଉଛି" ଏହି କଥା କହି ଘରେ ଘରେ ପରିଚିତ ଥିଲେ ମହିଳା ।
Special Report
ଏହି ମହିଳା ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ପ୍ରଶ୍ନ ଥିଲା ଭଲ ଟା ମାଆ କେଉଁଠୁ ପାଇଲ ? ଆଉ ଏହି ମହିଳା ଜଣକ ଉତ୍ତର ଦେଇଥିଲେ, ଭଲ ଟା ଯାତେରାରୁ ପାଇଲୁ ଆଉ।
ସେତେବେଳେ ଏହି କଥା ଏ ମୋବାଇଲ୍ ରୁ ସେ ମୋବାଇଲକୁ ଘୁରି ବୁଲୁଥିଲା । ଏହି କଥା ଯିଏ କହିଥିଲେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ମହିଳା ଜଣଙ୍କର ଭୁଲ ଅସ୍ତ୍ରୋପଚାର ପାଇଁ ତାଙ୍କର ଜୀବନ ଚାଲି ଯାଇଛି । 
ଏବେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ମୃ-ତଦେହ ରଖି କ୍ଷତିପୂରଣ ଦାବିରେ ସଂପର୍କୀୟମାନେ ଧାରଣାରେ ବସିଛନ୍ତି । କଟକ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଏଭଳି କିଛି ଦାବି କରିଛନ୍ତି ତାଙ୍କର ସମ୍ପର୍କିୟମାନେ । ଏହି ମହିଳା ଜଣକ ହେଉଛନ୍ତି ମହିଷାଲଣ୍ଡା ପଞ୍ଚାୟତର ଦୁଧିଆନାଳି ଗାଁର ଲକ୍ଷୀ ଶୁଣ୍ଢୀ ।
ତାଙ୍କର ଏକ ଅସ୍ତ୍ରୋପଚାର ଚାଲିଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ ଆଉ ସେଠାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଆଉ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃ-ତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାଇ ଧାରଣା ହଟାଇଥିଲେ ।