Movie prime

ଝିଅ ହୋଇ ଝିଅ କୁ ଦେଖାଉଥିଲା ଅଶ୍ଳିଳ ଭିଡିଓ, ସବୁ ଦିନ ଏସବୁ ଦେଖି ଦେଖି ବିରକ୍ତି ହୋଇ ଶେଷରେ ଝିଅ କଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରମାଦେବୀ କଲେଜ ର ଛାତ୍ରୀ ଆଣିଛନ୍ତି ବର୍ତ୍ତମାନ ସମୟରେ ଏକ ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି କି ତାଙ୍କୁ ରାଗିଂ କରାଯାଉ ଥିଲା।
Special report
ଛାତ୍ରୀ ଜଣକ କହିଛନ୍ତି କି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କୁ ଏକ ଘରିକିଆ ମଧ୍ୟ କରି ଦିଆ ଯାଇଥିଲା। ଏନେଇ ସେ କଲେଜ୍ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିଲା। ସେଥିପାଇଁ ସେ ଗଣ ଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଛନ୍ତି।
ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣା ପଡିଛି। ରମାଦେବୀ ଜୁନିୟର କଲେଜ୍ ର ସେ ଏକ ନମ୍ବର୍ ରୁମ୍ ରେ ରହୁଥିବା ବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିଲା
ବୋଲି ସେ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ଏକଘରିକିଆ ମଧ୍ୟ କରି ଦିଆ ଯାଇଥିଲା। ଅନ୍ତେବାସୀ ମାନେ ତାଙ୍କୁ ଆକ୍ଷେପ କରି ଜାତିଆଣା ମନ୍ତବ୍ୟ ଦେବା ,ୟୁଟ୍ୟୁବ ରେ ଅଶ୍ରିଳ ଭିଡିଓ ଦେଖିବା,
Special Report
ଏଭଳି କି ସଟସ୍ ପିନ୍ଧିବାକୁ ମଧ୍ଯ ବାଧ୍ୟ କରିବା ଭଳି ଅଭିଯୋଗ ଆଣିଛନ୍ତି। ତାଙ୍କୁ ଅଲଗା ରହିବାକୁ କୁହା ଯାଉଥିବା ବେଳେ ତାଙ୍କର ପୋଷାକ ପତ୍ର ଓ ଯୋତା କୁ ମଧ୍ୟ ଅଲଗା ରଖିବା ପାଇଁ କୁହା ଯାଉଥିଲା।
ସେ ଓଡ଼ିଆ ମିଡ଼ିୟମ ଛାତ୍ରୀ ହୋଇଥିବା ବେଳେ ତାଙ୍କର ରୁମ୍ ମେଟ୍ ମାନେ ସବୁ ଇଂରାଜୀ ମିଡିୟମ ଥିଲେ। ସେଥିପାଇଁ ଏଭଳି ଭାବରେ ପାତର ଅନ୍ତର କରୁଥିବା ଏହା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଏନେଇ ଛାତ୍ରୀ ଜଣକ ନିଜର ବାପା ମାଆ ଓ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ମଧ୍ଯ ଜଣାଇ ଥିଲେ। ସେମାନଙ୍କ ଉପସ୍ଥିତିରେ ମଧ୍ୟ ଛାତ୍ରୀ ଙ୍କ ସହ ଘଟଣା ସମ୍ପର୍କ ରେ ଆଲୋଚନା ମଧ୍ୟ କରିଥିଲେ।
ତଦନ୍ତ ପରେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହାପରେ ଏବେ ଗଣଶିକ୍ଷା ବିଭାଗକୁ ଲିଖିତ ଭାବରେ ଅଭିଯୋଗ ଜଣାଇ ନ୍ୟାୟ ଅପେକ୍ଷାରେ ଅଛନ୍ତି ଏହି ଛାତ୍ରୀ ଜଣକ।