Movie prime

ଝିଅ ଦେଲା ଝିଅ ମଥାରେ ସିନ୍ଦୂର ଦେଖନ୍ତୁ ଜିତିଗଲା ପ୍ରେମ VIRAl VIDEO

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ସମଲିଙ୍ଗି ବିବାହ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ବିବାହ ବ୍ୟବସ୍ଥା ଏବଂ ପରିବାରର ସଜ୍ଞାର ଆଳ ଦେଖାଇ ଯେଉଁଠି ସମଲିଙ୍ଗି ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।
ସେଠାରେ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରିରୁ ଆସିଛି ଏକ ଭିନ୍ନ ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଜନଜାତି। ଯୁବତୀ କୁରୁ କୁଣ୍ଡା ବ୍ଲକର କୌଶଲ୍ୟା ମୁଦୁଲି ଏବଂ ମାଥିଳି ବ୍ଲକର ଦ୍ରୌପଦୀ ଭୂଇଁୟା ପରସ୍ପରକୁ ପ୍ରେମ ବିବାହ କରିଛନ୍ତି। 
ପ୍ରଥମେ ପ୍ରେମ ବିବାହକୁ ପରିବାର ଲୋକେ ବିରୋଧ କରିଥିଲେ କିନ୍ତୁ ପରେ ଉଭୟଙ୍କ ପ୍ରେମ ବିବାହକୁ ସ୍ଵିକୃତି ମିଳିଥିଲା। ଦୁହେଁ ଏବେ ଜୀବନ ସାଥୀ ଭଳି ଜୀବନଯାପନ କରୁଛନ୍ତି। ଏବଂ ସାତଜନ୍ମର ସାଥୀ ହୋଇ ରହିବେ ବୋଲି ଉଭୟ ଦୃଢ଼ ନିଷ୍ପତି ନେଇଛନ୍ତି।
ଏକ ନିଆର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ମଣିଷ। ଉଭୟ ଯୁବତୀଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସଂପର୍କ ଓ ବିବାହକୁ ସମାଜର ସିକୃତି ନେଇଥିଲେ ମଧ୍ୟ ଆଜି ସେମାନେ ଦମ୍ପତି ଭଳି ଚଳିବା ପାଇଁ ମନସ୍ଥ କରି ବୈବାହିକ ଜୀବନ କାଟୁଛନ୍ତି। 
ଏଥିରେ କୌଶଲ୍ୟାଙ୍କ ପରିବାର କିମ୍ବା ହାତୀଆମ୍ବ ଗ୍ରାମବାସୀଙ୍କର କୌଣସି ଆପତି ନାହିଁ। କିନ୍ତୁ ଦ୍ରୌପଦୀଙ୍କ ପରିବାର ଏ ସଂପର୍କରେ ଜାଣିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ।
କିନ୍ତୁ ବଣ୍ଡା ଯୁବତୀଙ୍କ ପରିବାରକୁ ଉଭୟଙ୍କ ଭବିଷ୍ୟତ ନିମନ୍ତେ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ଧାରା ୩୭୭ କୁ ଖଣ୍ଡନ କରି ମାନ୍ୟବର ସର୍ବଚ୍ଚ ନ୍ୟାୟାଳୟ ସମଲିଙ୍ଗି ସଂପର୍କକୁ ସ୍ଵୀକୃତି ଦେଇଛନ୍ତି। କିନ୍ତୁ ଏଯାଏଁ ଏହି ବିବାହକି ଅନୁମୋଦନ ମିଳିନାହିଁ। 
ଏହିଭଳି ସ୍ଥିତିରେ ବଣ୍ଡା ଏବଂ ଭୂଇଁୟା ଦୁଇ ଜନଜାତି ଯୁବତୀଙ୍କ ମଧ୍ୟରେ ଗଢି ଉଠିଥିବା ଏହି ବ୍ୟବାହିକ ସମ୍ପର୍କର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ଏବେ ଶାଶୁଘରେ ଦ୍ରୌପଦୀ ଖୁସିରେ ଅଛନ୍ତି।
ଆଉ ଦ୍ରୌପଦୀଙ୍କ ସହିତ କୌଶଲ୍ୟାଙ୍କ ଦିନ ରାତି ବହୁତ୍ ଖୁସିରେ ମଧ୍ୟ କଟୁଛି। ଏବଂ ଦେଖିବାକୁ ବାକି ରହିଲା ଦ୍ରୌପଦୀଙ୍କ ପରିବାର କେବେ ଏହି ପ୍ରେମ ସଂପର୍କକୁ ସ୍ଵୀକୃତି ଦେବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.