Movie prime

ଝିଅ ନିଜ ପ୍ରେମିକ ସହ ଫେରାର ହୋଇ ବାହା ହେବାର ଦେଖି ରାଗରେ ଶୁଦ୍ଧି କ୍ରିୟା ହୋଇଗଲେ ବାପା ମା, ଝିଅ କହିଲା କି...

 
Special report
ନମସ୍କାର ପାଠକ ବନ୍ଧୁ।ପ୍ରେମ ହେଉଚି ଏପରି ଏକ ପବିତ୍ର ବନ୍ଧନ ଯାହାକୁ ଭୁଲିବା କେବେ ସମ୍ଭବ ନୁହେଁ।ପ୍ରେମ ପାଇଁ ଆଜିର ଯୁବ ପିଢ଼ି ମାନେ ନିଜ ପରିବାର ଗାଁ ସବୁ କିଛି ଭୁଲି ଯାଉଛନ୍ତି।ଯଦି ଝିଅ ପ୍ରେମ କରି ବିବାହ କରିଛନ୍ତି ତେବେ ବାପା ମା ତାକୁ ପର କରି ଦେଉଛନ୍ତି।
Special report
ଓ କିଛି ଦିନ ପରେ ସେମାନଙ୍କ ସମ୍ପର୍କ ପୁଣି ଠାରେ ଭଲ ହୋଇ ଯାଉଚି।ହେଲେ ଆଜି ଆମେ ଆପଣ ମାନଙ୍କୁ ଯାହା କହିବାକୁ ଯାଉଛୁ ତାହା ଆପଣ ମାନେ କେବେବି ଭାବି ନ ଥିବେ।ଏହି ଘଟଣା ଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳିି ଅନ୍ତର୍ଗତ ନୂଆ ପଡ଼ା ଅଞ୍ଚଳ ରେ।
ଏଠାରେ ଜଣେ ବାପା ନିଜ ଝିଅ ର ପ୍ରେମ ସଂପର୍କ କୁ ସହି ନପାରି ଝିଅ ର ଶୁଦ୍ଧି କ୍ରିୟା ଶେଷ କରି ଦେଇଚି।ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ସେହି ଗ୍ରାମ ର ଅନ୍ୟ ଜଣେ ପୁରୁଷ ଙ୍କୁ ପ୍ରେମ କରୁଥିଲେ।
ହେଲେ ପରିବାର ଲୋକେ ଏଥିପାଇଁ ଜମା ବି ରାଜି ହୋଇ ନ ଥିଲେ।ଏହା ପରେ ପରିବାର ଲୋକେ ଅନ୍ୟ ସ୍ଥାନ ରେ ତାଙ୍କ ବିବାହ କରାଇବା ପାଇଁ ପ୍ରସ୍ତୁତ ହେଲେ।କିନ୍ତୁ ମହିଳା ଜଣକ ଏଥିପାଇଁ ରାଜି ହେଲେ ନାହିଁ।ଶେଷରେ ଘରୁ ଚାଲି ଯାଇ ତାଙ୍କ ପ୍ରେମିକ ଙ୍କ ସହିତ ବିବାହ କଲେ।
Special report
ଏହା ଫଳରେ ମହିଳା ଙ୍କ ବାପଘର ଲୋକେ ସମସ୍ତେ ରାଗି ଯାଇଥିଲେ।ଏପଟେ ଝିଅ ର ହାତ ଗଣ୍ଠି ପଡୁ ଥିବା ସମୟ ରେ ସେପଟେ ବାପା ତାର ଶୁଦ୍ଧି କ୍ରିୟା କରୁଥିଲେ।ଗାଁ ଲୋକ ଙ୍କୁ ଡାକି ଖାଇବାକୁ ଦେଲେ।
ନିୟମ ଅନୁସାରେ ଝିଅ ର ଶେଷ କୃତ୍ୟ ସଂପନ୍ନ ହେଲା।ଏହାକୁ ଯେ କେହି ଦେଖୁଥିଲା ଆଖିରୁ ଲୁହ ଆସି ଯାଉଥିଲା।ଜଣେ ବାପ ହୋଇ କିଭଳି ସେ ଏପରି କରି ପାରିଲେ ତାହା ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ସୃଷ୍ଟି କରିଚି।
ଅନ୍ୟ ପଟେ ଝିଅ ର କହିବା ଅନୁଯାୟୀ ତାର ବାପା ସେଭଳି ନୁହନ୍ତି।ସେ କେବଳ ନିଜ ଦାଦା ଓ ବଡ ବାପା ଙ୍କ କଥା ଅନୁଯାୟୀ ଏପରି କରିଛନ୍ତି। ଦିନେ ନା ଦିନେ ତାଙ୍କୁ ଏସବୁ ପାଇଁ ଅଫଶୋସ ହେବ।ଏହି କଥା ଏବେ ଆଳି ଅଞ୍ଚଳ ରେ ଶୁଣିବାକୁ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.