Movie prime

ସବୁ କିଛି ଭୁଲି ଶେଷ ରେ..ଜୀବନ ରେ ନୂଆ ଅଧ୍ୟାୟ ଆରମ୍ଭ କଲେ ବର୍ଷା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ତାଙ୍କୁ ନେଇ ଅନେକ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Special report
ଗତ କିଛି ଦିନ ହେବ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କ ଛାଡ଼ପତ୍ର ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା। ଏବେ ତାଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ବର୍ଷା ପ୍ରିୟଦର୍ଶିନୀ ଏବେ ମିଡ଼ିଆ ସାମ୍ନା ରେ କହିଛନ୍ତି କି ଆମ ଓଲିଉଡ଼ ଜଗତରେ ଯେତେ ସବୁ ହିରୋଇନ୍ ମାନେ ଅଛନ୍ତି ତାଙ୍କ ନିକଟରେ ଖୁବ ପ୍ରତିଭା ରହିଛି ସେମାନେ ଖୁବ ପ୍ରତିଭାଶାଳୀ ଅଟନ୍ତି।
ତାଙ୍କର ଏକ ନୂଆ ଫିଲ୍ମ ମଧ୍ୟ ଆସିଛି ଯାହାର ନାମ ରହିଛି ବସ୍। ଏହି ଫିଲ୍ମ୍ ରେ ତାଙ୍କର ଭିନ୍ନ ଏକ ଭୂମିକା ରହିଛି। ଏହି ଫିଲ୍ମ୍ ରେ ତାଙ୍କର ଯେଉଁ ଚରିତ୍ର ରହିଛି ତାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିବ ବୋଲି ସେ କହିଛନ୍ତି।
ଆଜି ର ସମାଜରେ ଯାହା ଚାଲିଛି ତାହାକୁ ନେଇ ଏହି ଫିଲ୍ମ୍ ଟି ହୋଇଛି। ଏଭଳି ମଧ୍ୟ ଆଗରୁ ସେ ତିନି ରୁ ଚାରୋଟି ଫିଲ୍ମ କରି ସାରିଛନ୍ତି। ତାଙ୍କର ସବୁବେଳେ ଇଛା ଥାଏ କି ଭିନ୍ନ ଧାରଣର କିଛି ଗୋଟେ କାହାଣୀ ହେଉ,
Special report
ଆଉ ତାହା ସର୍ବଦା ଯେମିତି ଲୋକ ମାନଙ୍କ ପାଇଁ ଶିକ୍ଷଣୀୟ ହେଉ , ଲୋକ ମାନଙ୍କୁ ଭଲ ଶିକ୍ଷା ଦେବା ସହ ଆଗକୁ ବଢିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉ। ନିଶ୍ଚିତ ଭାବରେ ଏହି ଫିଲ୍ମ୍ ଲୋକ ମାନଙ୍କ ପାଇଁ ଏକ ଭଲ ଉଦାହରଣ ସାଜିବ ବୋଲି,
ଏହା ବର୍ଷା ପ୍ରିୟଦର୍ଶିନୀ କହିଥିଲେ। ସେଥିପାଇଁ ସେ କହିଥିଲେ କି ଖାଲି ତାଙ୍କ ପାଇଁ ନୁହେଁ ସେ ଚାହିଁବେ କି ପ୍ରତ୍ୟେକ ଝିଅ ଯେତେ ବି ହିରୋଇନ୍ ଅଛନ୍ତି ଓଲିଉଡ଼ ଜଗତରେ ଆଗକୁ ସେମାନେ ନିଜ ଉପରେ ହିଁ ସିନେମା କରନ୍ତୁ।
ଏଭଳି ସିନେମା କରନ୍ତୁ ଯାହା କି କିଛି ଦର୍ଶକ ମାନଙ୍କୁ ମଧ୍ୟ କିଛି ଶିକ୍ଷା ଦେବ। ଏବେ ଏହି ଫିଲ୍ମ୍ କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆପଣ ଏହି ଫିଲ୍ମ୍ ଦେଖିବାକୁ ଯିବେ କି ନାହିଁ ସେହି ସମ୍ପର୍କରେ କହିବାକୁ ଭୁଲି ଯିବେ ନାହିଁ।