Movie prime

ଭଗବାନ୍ ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ, ଯୌତୁକ ଗାଡ଼ି ରେ ଚାଲିଗଲା ନବବଧୂ ର ଜୀବନ

 
Special Report
ଫେବୃଆରୀ ୬ ରେ ବହୁ ଧୁମ୍ ଧାମରେ ବାହାଘର ହୋଇଥିଲା।ଆଉ ଦିନକ ପରେ ବାହାଘର କୁ ମାସେ ପୁରିଥାନ୍ତା।ଉଭୟ ପତି ପତ୍ନୀ ବିବାହ ମାସିକ ପାଳି ଥାନ୍ତେ।ଖୁବ୍ ଖୁସି ମନାଇ ଥାନ୍ତେ।
କିନ୍ତୁ ବୋଧ ହୁଏ ବିଧାର ବିଧାନ କିଛି ଅଲଗା ଲେଖିଥିଲା।କିଏ ଜାଣିଥିଲା ବିବାହ କୁ ମାସେ ପୁରିବା ଆଗରୁ ସ୍ବାମୀ ଜଗନ୍ନାଥ ଙ୍କ ଜୀବନ ଚାଲିଯିବ।ବିବାହ ରେ ମିଳିଥିବା ଯୌତୁକ ଗାଡ଼ି ତାଙ୍କ ଜୀବନ ନେଇ ଯାଇଛି।
ପ୍ରତିଦିନ ଭଳି ସେଦିନ ମଧ୍ୟ ଜଗନ୍ନାଥ ତାଙ୍କ କର୍ମ ସ୍ଥଳୀ କୁ ଯାଇଥିଲେ। ଆଉ କାର୍ଯ୍ୟ ସାରି ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯୌତୁକ ଗାଡ଼ି ରେ ଯୁବକଙ୍କ ଜୀବନ ଚାଲି ଯାଇଥିଲା।
Special Report
ଏଭଳି ଦୁଃଖଦ ଘଟଣା ଶନିବାର ଦିନ କପ୍ତିପଦା ଥାନା ସମ୍ମୁଖରେ ଘଟିଛି।ସୂଚନା ଅନୁସାରେ ମାଙ୍କଡ଼ାପଡ଼ା ପଞ୍ଚାୟତ ଟଙ୍ଗିରିଆ ଗ୍ରାମର ଜଗନ୍ନାଥ ପାଣିଗ୍ରାହୀ ଫେବୃଆରୀ ୬ ରେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଜୟଶ୍ରୀ ମହାପାତ୍ର ଙ୍କୁ ବିବାହ କରିଥିଲେ।
ଶନିବାର ଦିନ କାମ ସାରି ସନ୍ଧ୍ୟା ସମୟରେ ଜଗନ୍ନାଥ କାମ ସାରି ଘରକୁ ଫେରୁଥିଲେ।ବିପରୀତ ଦିଗରୁ ଆସୁଥିବା ଏକ କଲେଜ ବସ୍ ଜଗନ୍ନାଥ ଙ୍କୁ ମୁହାଁ ମୁହିଁ ଧକା ଦେଇଥିଲା।
ଯେଉଁଥିରେ ସେ ଗୁରୁତର ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ।ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତରିତ କରାଯାଇଥିଲା।ହେଲେ ବାରିପଦା ରେ ତାଙ୍କର ମୃ-ତ୍ୟୁ ହୋଇଛି।
ଯେଉଁ ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି।ତେବେ ସ୍ବାମୀ ଙ୍କ ର ଏଭଳି ଅକାଳ ବିୟୋଗ କୁ ତାଙ୍କ ସ୍ତ୍ରୀ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।
ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.