Movie prime

ଯୁବକର ଅଭିଯୋଗ ଶୁଣି ପୋଲିସ ବି ହେଲା ଛାନିଆ।ଆଜ୍ଞା, ହ୍ୟୁମାନ ସାଗର ଙ୍କ ଗୁଣ୍ଡା ମାନେ ମତେ ପିଟିଲେ!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ହ୍ୟୁମାନ ସାଗର ହେଇଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି ର ଏକ ଆଗ ଧାଡ଼ିର ଚର୍ଚ୍ଚିତ କଣ୍ଠଶିଳ୍ପୀ। ଏବେ ତାଙ୍କ ନାମରେ ଏଭଳି ଅଭିଯୋଗ ଆସିଛି
Special report
ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଗୀତିକାର ପ୍ରମୋଦ ପରିଡ଼ା ଅଭିଯୋଗ ଆଣିଛନ୍ତି। ସେ କହିଥିଲେ କି ଦୀର୍ଘ ୧୫ ବର୍ଷ ହେବ ସେ ଓଡ଼ିଆ ସିନେମା ଓ ସଙ୍ଗୀତ କ୍ଷେତ୍ରରେ କାମ କରି ଆସୁଛନ୍ତି।
ନିର୍ବିବାଦୀୟ ଭାବରେ ଲୋକ ମାନଙ୍କ ଠାରୁ ଖୁବ ସ୍ନେହ ଶ୍ରଦ୍ଧା ମଧ୍ୟ ପାଇଛନ୍ତି। କେବେ ହେଲେ ମଧ୍ୟ ତାଙ୍କର କାହା ସହିତ କୌଣସି ପ୍ରକାରର ବିବାଦ ନାହିଁ। ଏହାପରେ ସେ କହିଥିଲେ କି ଓଲିଉଡ଼ ର ଜଣେ ଆଗ ଧାଡ଼ି ର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଖୁବ୍
ବିବାଦୀୟ ଅଟନ୍ତି ଆଉ ଅନେକ ସମୟରେ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ଆଉ ତାଙ୍କର ସବୁ କାମ ଠାରୁ ବଳି ଯାଇଛି ସେ ଏହି ଗୀତିକାର ଜଣକ ସହ ଯେଭଳି ବ୍ଯବହାର କରିଛନ୍ତି।
Special report
ଗୀତିକାର ପ୍ରମୋଦ ପରିଡ଼ା କହିଥିଲେ କି ଗତକାଲି ସେ ଘରେ ଥିବା ବେଳେ ହ୍ୟୁମାନ ସାଗର ଙ୍କ କିଛି ଗୁଣ୍ଡା ତାଙ୍କୁ ବଳ ପୂର୍ବକ ତାଙ୍କ ଘରୁ ଉଠାଇ ନେଇ ଯାଇଥିଲେ।
ଏହାପରେ ହ୍ୟୁମାନ ସାଗର ଙ୍କ ଅଫିସ୍ ରେ ସାଢେ଼ ତିନି ଘଣ୍ଟା ରଖିବା ପରେ ତାଙ୍କୁ ଅମାନବୀୟ ଭାବରେ ଖୁବ ନର୍ଯ୍ୟାତନା ଦେଇଛନ୍ତି। ଯାହାକି ତାଙ୍କ ପାଇଁ ଅସହ୍ୟ ଥିଲା ଆଉ ଏହା ତାଙ୍କର ସମ୍ମାନ ଓ ସ୍ବାଭିମାନ କୁ ବହୁତ୍ କଷ୍ଟ ଦେଇଥିବା କଥା ମଧ୍ୟ ସେ କହିଥିଲେ।
ଏଭଳି ଭାବରେ ବ୍ଯବହାର ନିଶ୍ଚିତ ଭାବରେ ଏକ କଳାକାର କୁ ଖୁବ୍ କଷ୍ଟ ଦେବ। ସେଥିପାଇଁ ଗୀତିକାର ପ୍ରମୋଦ ପରିଡ଼ା ଏକ ଭିଡିଓ ଜାରୀ କରି ସେ ଲୋକ ମାନଙ୍କ ସହଯୋଗ ଲୋଡିଛନ୍ତି।
ସେ କହିଥିଲେ କି ଏଭଳି କଠିନ ପରିସ୍ଥିତି ରେ ତାଙ୍କୁ ଲୋକ ମାନଙ୍କ ସହଯୋଗ ଓ ଆଶୀର୍ବାଦ ଏକାନ୍ତ ଆବଶ୍ୟକ ଅଟେ। ଏଭଳିକି ସମସ୍ତଙ୍କୁ ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.